Breaking PLUSଦେଶ ବିଦେଶମୁଖ୍ୟ ଖବର

କାଲିଫର୍ଣ୍ଣିଆ ଗସ୍ତରେ ପୀୟୁଷ ଗୋୟଲ, ଟେସ୍‌ଲାର ଅତ୍ୟାଧୁନତକ ଫ୍ୟାକ୍ଟ୍ରି ପରିଦର୍ଶନ

ନୂଆଦିଲ୍ଲୀ/କାଲିଫର୍ଣ୍ଣିଆ, 14 ନଭେମ୍ବର- କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କାଲିଫର୍ଣ୍ଣିଆର ଫ୍ରେମୋଣ୍ଟରେ ଥିବା ଟେସ୍‌ଲା ଇଙ୍କର ଅତ୍ୟାଧୁନିକ ବିନିର୍ମାଣ ଫ୍ୟାକ୍ଟ୍ରି ପରିଦର୍ଶନ କରିଛନ୍ତି । ଏବେ ବାଣିଜ୍ୟ ମନ୍ତ୍ରୀ ଆମେରିକା ଗସ୍ତରେ ଅଛନ୍ତି ।
ପୀୟୁଷ ଗୋୟଲ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ଦକ୍ଷ ଭାରତୀୟ ଇଞ୍ଜିନିୟର୍ ଏବଂ ଫାଇନାନ୍ସ ପ୍ରଫେସନାଲମାନେ ବରିଷ୍ଠ ପଦବୀରେ କାର୍ଯ୍ୟ କରୁଥିବା ଏବଂ ଗତିଶୀଳତାକୁ ପରିବର୍ତ୍ତନ କରିବା ପାଇଁ ଟେସଲାର ଉଲ୍ଲେଖନୀୟ ଯାତ୍ରାରେ ସହଯୋଗ କରୁଥିବା ଦେଖି ବହୁତ ଖୁସି ହୋଇଛି । ଟେସଲା ଇଭି ଯୋଗାଣ ଶୃଙ୍ଖଳରେ ଭାରତରୁ ଅଟୋ କମ୍ପୋନେଣ୍ଟ ଯୋଗାଣକାରୀଙ୍କ ବୃଦ୍ଧିର ଗୁରୁତ୍ୱକୁ ଦେଖି ଗର୍ବିତ । ଭାରତରୁ ଏହାର ଉପାଦାନ ଆମଦାନୀକୁ ଦ୍ୱିଗୁଣିତ କରିବାକୁ ଏହା ଟ୍ରାକରେ ଅଛି । ଏଲେନ ମସ୍କଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରୁଛି ବୋଲି ପୀୟୁଷ ଗୋଏଲ ଲେଖିଛନ୍ତି ।

Show More

Related Articles

Back to top button