Breaking PLUSଦେଶମୁଖ୍ୟ ଖବର

ମୁଜାଫରନଗରରେ ସଡକ ଦୁର୍ଘଟଣା, ଦିଲ୍ଲୀର 6ଜଣ ବନ୍ଧୁଙ୍କ ମୃତ୍ୟୁ

ମୁଜାଫରନଗର, 14 ନଭେମ୍ବର- ଉତ୍ତରପ୍ରଦେଶର ମୁଜାଫରନଗର ଜନପଦରେ ଦିଲ୍ଲୀ-ଡେରାଡୁନ ହାଇୱେରେ ମଙ୍ଗଳବାର ସକାଳୁ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 6ଜଣ ବନ୍ଧୁଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ଦିଲ୍ଲୀର ବାସିନ୍ଦା । ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସୂଚନା ମୁତାବକ, ଭୋର ପ୍ରାୟ 4ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏକ ମୁଜାଫରନଗରରୁ ହରିଦ୍ୱାର ଅଭିମୁଖେ ଯାଉଥିଲା । ତେବେ ଚପାର ନିକଟରେ ଦ୍ରୁତଗତିରେ ଆସୁଥିବା ଏକା ସିଧା ଯାଇ 22ଚକିଆ ଟ୍ରକରେ ମାଡ଼ ହୋଇଥିଲା । ଧକ୍କା ଯୋଗୁ କାରରେ ଥିବା ସମସ୍ତ ଲୋକ ଟ୍ରକ ତଳେ ଚାପି ହୋଇଯାଇଥିଲା । ସେମାନଙ୍କର ଚିତ୍କାର ଶୁଣି ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି କ୍ରେନ ସହାୟତାରେ କାରକୁ ଟ୍ରକ ତଳୁ ବାହାର କରିଥିଲା । କାରରେ ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ହୋଇସାରିଥିଲା । ଏମାନଙ୍କ ମଧ୍ୟରୁ 5ଜଣଙ୍କ ପରିଚୟ ମିଳିଥିବା ବେଳେ ଜଣଙ୍କର ଚିହ୍ନଟ ହୋଇପାରୁନାହିଁ ।

Show More

Related Articles

Back to top button