Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ସିଲକ୍ୟାରା ସୁଡଙ୍ଗରେ ଫସିରହିଛନ୍ତି ଶ୍ରମିକ, ଚିନ୍ତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରକାଶୀ- ଉତ୍ତରାଖଣ୍ଡ ସିଲକ୍ୟାରା ସୁଡଙ୍ଗରେ ଫସିରହିଛନ୍ତି 40ରୁ ଅଧିକ ଲୋକ । ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେସକ୍ୟୁ ଅପରେସନ ଉପରେ ନିୟମିତ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଏନେଇ ଫୋନ ଯୋଗେ କଥା ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏନେଇ ଆଲୋଚନା କରିଛନ୍ତି । ଉଦ୍ଧାର କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ବଡ ବ୍ୟାସ ବିଶିଷ୍ଟ ହ୍ୟୁମ ପାଇପ ହରିଦ୍ୱାର ଓ ଡେରାଡୁନରୁ ପଠାଇବାର ବ୍ୟବସ୍ଥା କରାଯାଇଛି । ସୁଡଙ୍ଗରେ ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ଖୁବ ଶୀଘ୍ର ବାହାର କରିବା ପାଇଁ ବ୍ୟବସ୍ଥା କରାଯାଉଛି । ସିଲକ୍ୟାରା ସୁଡଙ୍ଗରେ 48 ଘଣ୍ଟା ଧରି ଫସିରହିଛନ୍ତି 40ରୁ ଅଧିକ ଶ୍ରମିକ । ସେମାନଙ୍କୁ ବାହାର କରିବା ପାଇଁ ପ୍ଲାନ ଏ,ବି, ସି ପ୍ରସ୍ତୁତ କରାଯାଇଛି ।

Show More

Related Articles

Back to top button