Breaking PLUSଦେଶ ବିଦେଶମୁଖ୍ୟ ଖବର

ମିଜୋରାମରେ ଭାରତ-ମିଆଁମାର ସୀମାନ୍ତରେ ରେଡ ଆଲର୍ଟ

ପାଞ୍ଚହଜାରରୁ ଅଧିକ ଶରଣାର୍ଥୀ ମିଜୋରାମରେ ପ୍ରବେଶ

ଆଇଜଲ, 14 ନଭେମ୍ବର – ମିଜୋରାମରେ ଭାରତ-ମିଆଁମାର ସୀମାନ୍ତରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଯାହାକୁ ନେଇ ସୀମାନ୍ତରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି । ଭାରତରେ ବିଦ୍ରୋହୀମାନେ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନିଆଯାଇ ସୀମାନ୍ତରେ ରେଡ ଆଲର୍ଟ ଜାରି କରାଯାଇଛି । ପାଞ୍ଚହଜାରରୁ ଅଧିକ ଶରଣାର୍ଥୀ ଭାରତ ସୀମାନ୍ତରେ ଅନୁପ୍ରବେଶ କରିସାରିଥିବା ଅନୁମାନ କରାଯାଉଛି ।
ଏଠାରେ ସୂଚନାଯୋଗ୍ୟ, ମିଜୋରାମ ସୀମାନ୍ତ ନିକଟରେ ମିଆଁମାର ସେନା ଓ ଚିନଲ୍ୟାଣ୍ଡ ଡିଫେନ୍ସ ଫୋର୍ସ ମଧ୍ୟ ଦୀର୍ଘ 48ଘଣ୍ଟା ଧରି ଗୁଳିବିନିମୟ ପରେ ଉତ୍ତେଜନା ବଢିଚାଲିଛି । ସିଡିଏଫ ମିଆଁମାରର ରିହଖାବଦାର ଗାଁରେ ଥିବା ମିଆଁମାର ସେନା ଶିବିରକୁ କବଜା କରିଛି । ଏହି ସ୍ଥାନ ମିଜୋରାମର ଜୋଖାଭଥାର ଠାରୁ ମାତ୍ର 4କିଲୋମିଟର ଦୂରରେ ରହିଛି । ଅନ୍ୟପଟେ ପ୍ରତିଶୋଧ ପରାୟଣ ହୋଇ ମିଆଁମାର ସେନାର ଫାଇଟର ଜେଟ୍ ବୋମା ବର୍ଷଣ କରୁଛି ।

Show More

Related Articles

Back to top button