Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଗୋଆରେ ଆଜି ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବର ଶୁଭାରମ୍ଭ

ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ପାଣାଜୀ- ଗୋଆର ସୁନ୍ଦର ସମୁଦ୍ର ବେଳାଭୂମିରେ ଆଜି 54ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବର ଆରମ୍ଭ ହେଉଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଇନଡୋର ଷ୍ଟାଡିୟମରେ ଏହି ସମାରୋହର ଶୁଭାରମ୍ଭ କରିବେ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଆଇନକ୍ସ କମ୍ପ୍ଲେକ୍ସରେ ଓପନିଂ ଫିଲ୍ମର ନିର୍ମାତା ଓ କଳାକାରଙ୍କୁ ସମ୍ମାନିତ କରିବେ । ଫିଲ୍ମ ବଜାରର ମଧ୍ୟ ଉଦଘାଟନ କରିବେ ଅନୁରାଗ ଠାକୁର । ଏହା ଦକ୍ଷିଣ ଏସିଆର ସବୁଠୁ ବଡ ବିଶ୍ୱ ଫିଲ୍ମ ବଜାର ହୋଇଥିବା ପିଆଇବିର ବିଜ୍ଞପ୍ତିରେ କୁହାଯାଇଛି ।
ଉଦଘାଟନୀ ସମାରୋହରେ ମାଧୁରୀ ଦୀକ୍ଷିତ, ଶାହିଦ କପୁର, ଶ୍ରେୟା ସରନ୍, ନୁସରତ ଭରୁଚା, ପଙ୍କଚ ତ୍ରିପାଠୀ, ଶାନ୍ତନୁ ମୋଇତ୍ରା, ଶ୍ରେୟା ଘୋଷାଲ ଓ ସୁଖବିନ୍ଦର ସିଂ ପରଫର୍ମ କରିବେ । ମହୋତ୍ସବରେ ଫିଲ୍ମଶିଳ୍ପର ନାମୀଦାମୀ ବ୍ୟକ୍ତି କ୍ୟାଥରିନ ଜେଟା ଜୋନ୍ସ, ସଲମାନ ଖାନ, ବିଦ୍ୟା ବାଲାନ, ଆୟୁଷ୍ମାନ ଖୁରାନା, ଅନୁପମ ଖେର, ଭିକି କୌଶଳ, ସିଦ୍ଧାର୍ଥ ମଲହୋତ୍ରା, ଅଦିତି ରାଓ ହାଇଦରୀ, ଏଆାର ରହେମାନ ଓ ଅମିତ ତ୍ରିବେଦୀ ପ୍ରମୁଖ ଉପସ୍ଥିତ ରହିବେ ।

Show More

Related Articles

Back to top button