ଖେଳ

ଟୋକିଓ ଅଲମ୍ପିକ୍ସ ଟିକେଟ୍‌ ପାଇଲେ ପ୍ରଥମ ଭାରତୀୟ ମହିଳା ସନ୍ତରଣକାରୀ

ଆହତ ସତ୍ତ୍ବେ ହାର ମାନିନଥିଲେ ମାନା ପଟେଲ

କଥାରେ ଅଛି ଯେଉଁ କାର୍ଯ୍ୟ ପାଇଁ ମହିଳାମାନେ ପାଦ ବଢାନ୍ତି ତାହା ସଫଳ ହୋଇଥାଏ । ସେହିପରି ଆଜିକାଲିର ଯୁଗରେ ବିଭିନ୍ନ କ୍ଷେତ୍ରରେ ମହିଳାମାନେ ପୁରୁଷମାନଙ୍କଠାରୁ ମଧ୍ୟ ଆଗକୁ ଯାଉଛନ୍ତି । ଯେକୌଣସି କାର୍ଯ୍ୟରେ ମହିଳାମାନେ ପାଦ ରଖିଲେ ସଫଳତା ଅର୍ଜନ କରିଛନ୍ତି । ଏଭଳି ଭାବେ ଆଉ ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ସନ୍ତରଣକାରୀ ମାନା ପଟେଲ । ମାନା ଟୋକିଓ ଅଲମ୍ପିକ୍ସରେ ୧୦୦ ମିଟର ବ୍ୟାକସ୍ଟ୍ରକ୍ ରେ ଭାଗ ନେବେ । ସେ ଏହି ଖେଳ ପାଇଁ କ୍ୟାଲିଫାୟାର ହୋଇଥିବା ତୃତୀୟ ଭାରତୀୟ ସନ୍ତରଣକାରୀ ।ସୂଚନା ଅନୁଯାୟୀ ବିଶ୍ବବିଦ୍ୟାଳୟର କୋଟାରୁ ଜଣେ ପୁରୁଷ ଓ ଜଣେ ମହିଳା ଅଲମ୍ପିକ ପ୍ରତିଯୋଗୀତାରେ ଭାଗ ନେଇପାରିବେ । ଯଦି ସେହି ଦେଶର ଅନ୍ୟ କୌଣସି ସନ୍ତରଣକାରୀ ସେହି କାଟୋଗରୀରେ ପୁରୁଷ କିମ୍ବା ମହିଳା ଯୋଗ୍ୟତା ହାସଲ କରିନାହାନ୍ତି କିମ୍ବା ଅଲମ୍ପିକ୍ସ ଚୟନ ଆଧାରରେ ସେମାନେ ଟାର୍ଗେଟ୍ ପୂରଣ କରିପାରନ୍ତି ତେବେ ବିକଳ୍ପ ଭାବେ ଅନ୍ତର୍ଜାତୀୟ ସନ୍ତରଣ ଫେଡେରେସନ୍ ତରଫରୁ ସେମାନଙ୍କୁ ସାମିଲ କରାଯାଇଥାଏ ।ତେବେ ମାନା ପଟେଲ ଏକ ଇଣ୍ଟରଭ୍ୟୁରେ କହିଛନ୍ତି କି ‘ଏହା ଏକ ଅଦ୍ଭୁତ ଅନୁଭବ ଥିଲା ।

ମୁଁ ମୋ ସାଙ୍ଗମାନଙ୍କ ଠାରୁ ଅଲମ୍ପିକ୍ସ ବିଷୟରେ ଶୁଣିଥିଲି । ଏହ ସହ ଟିଭିରେ ମଧ୍ୟ ଦେଖିଛି ଏହାର ଅନେକ ଫଟୋ । କିନ୍ତୁ ସେଠାରେ ରହିକି ଦୁନିଆର ସର୍ବୋତ୍ତମ ଭାବେ ପ୍ରତିନ୍ଦ୍ବନ୍ଦିତା କରିବା ବହୁତ ଖୁସି ଲାଗୁଛି ।’ଏହି ୨୧ବର୍ଷୀୟା ସନ୍ତରଣକାରୀ ୨୦୧୯ରେ ଗୋଡରେ ଆଘାତ ପାଇଥିଲେ କିନ୍ତୁ ସେ ଚଳିତ ବର୍ଷ ପୁଣି ଥରେ ମଇଦାନକୁ ଫେରିଛନ୍ତି । ମାନା କହିଛନ୍ତି କି ଏହି ଲକଡାଉନ ହିଁ ଆଘାତରୁ ଭଲ ହେବା ପାଇଁ ସାହାଯ୍ୟ କରିଥିଲା । କିନ୍ତୁ ପରେ ମୁଁ ବହୁତ ନିରାଶ ହୋଇଥିଲି । କାରଣ ଏତେ ଦିନ ପର୍ଯ୍ୟନ୍ତ ପାଣି ଠାରୁ ଦୂରରେ ରହିବା ସହଜ ନଥିଲା । ଚଳିତ ବର୍ଷ ପ୍ରତିଯୋଗିତା ଅପ୍ରେଲରେ ଉଜ୍ଜୋକିସ୍ତାନରେ ସନ୍ତରଣ ଚାମ୍ପିୟନଶିପ୍ ଥିଲା । ଯେଉଁଥିରେ ସେ ୧୦୦ ମିଟର ବ୍ୟାକସ୍ଟ୍ରୋକ୍ ରେ ଏକ ମିନଟ୍ ୦୪.୪୭ ସେକେଣ୍ଡର ସମୟରେ ହାସଲକରି ସ୍ବର୍ଣ୍ଣ ପଦକ ଜିତିଥିଲେ । ତାଙ୍କର ଲକ୍ଷ୍ୟ ହେଉଛି ଟୋକିଓରେ ୧ ମିନିଟ ୦୨ ସେକେଣ୍ଡ ବା ତାଠାରୁ କମ୍ ସମୟ ମଧ୍ୟରେ ରେକର୍ଡ କରିବେ । ସେ ଅଲମ୍ପିକ୍ସରେ କେବଳ ଅନୁଭବ ହାସଲ କରିବାକୁ ଚାହୁଁଛନ୍ତି । ଅନ୍ୟପଟେ ମାନା ଟୋକିଓ ଅଲମ୍ପିକ୍ସରେ ସନ୍ତରଣ ପାଇଁ ସର୍ବିଆ ଓ ଇଟାଲୀରେ ପ୍ରତିଯୋଗିତା ପାଇଁ ଭାଗ ନେଇଥିଲେ । ୱେଲଗ୍ରେଡ୍ ରେ ସେ ୧୦୦ ମିଟର ବ୍ୟାକସ୍ଟ୍ରୋକ୍ ରେ ରାଷ୍ଟ୍ରିୟ ରେକର୍ଡ ମଧ୍ୟ କରିଛନ୍ତି । ମାନାଙ୍କ ପାଇଁ କମନୱେଲଥ ଓ ଏସିଆ ଗେମ୍ ରେ ପଦକ ଜିତିବା ତାଙ୍କ ପାଇଁ ଏକ ପ୍ରକାରର ସୁଯୋଗ ଅଟେ ।

Show More

Related Articles

Back to top button