ସ୍ୱାସ୍ଥ୍ୟ

କରୋନା କାଳରେ ଇମ୍ୟୁନିଟି ବୃଦ୍ଧି ଲାଗି ସହାୟକ ହୋଇପାରେ କଖାରୁ

ଜାଣନ୍ତୁ କ’ଣ କହୁଛନ୍ତି ଡାଏଟିଶିୟନ

କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ ତ୍ରସ୍ତ କରିଛି। ଏଥିରେ ଲୋକଙ୍କୁ ସୁଷମ ଖାଦ୍ୟ ଖାଇବା ଲାଗି ଏବେ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଔଷଧ ଅପେକ୍ଷା ଖାଦ୍ୟରୁ ବିଭିନ୍ନ ଭିଟାମିନ ଆହରଣ କରାଯାଇପାରେ। ଏଥିରେ ଭାରତୀୟ ବ୍ୟଞ୍ଜନରେ ଉପଯୋଗ ହେଉଥିବା ପନିପରିବା ଲୋକଙ୍କୁ ବେଶ ପୋଷକତତ୍ୱ ଯୋଗାଇଦେବ ବୋଲି ଡାୟଟିଶିଆନମାନେ କହିଛନ୍ତି। ଏଥିରେ ଦୈନନ୍ଦିନ ଉପଯୋଗରେ ଆସୁଥିବା ପରିବା କଖାରୁ ପୋଷଣ ବୃଦ୍ଧିରେ ସହାୟକ ହୋଇପାରେ ବୋଲି ଡାୟଟିଶିଆନ କହିଛନ୍ତି।କଖାରୁ ଭିଟାମିନରେ ଭରପୁର ଏକ ସବୁଜ ପରିବା। ଏଥିରେ ଜାଂଥିନ ଓ ଜେକସେନ୍ଥିନ ସମେତ କେରୋଟିନ ଓ ଭିଟାମିନ୍‌ ଏ ପ୍ରଚୁର ପରିମାଣରେ ରହିଛି। ଯାହା କରୋନାରେ ଇମ୍ୟୁନିଟି ବୃଦ୍ଧିରେ ବେଶ ସହାୟକ ହୋଇପାରେ। କଖାରୁ ମଞ୍ଜିରେ ପ୍ରଚୁର ଭିଟାମିନ ସି ଭରି ରହିଛି। ଏହା ଛଡା ଏହାର ଅନ୍ତ ପ୍ରଚୁର ଭିଟା କାରୋଟିନ୍‌ ରହିଛି। ଏହି ପୋଷକ ତତ୍ୱ ଆମ ଶରୀରରେ ଇମ୍ୟୁନିଟି ବୃଦ୍ଧିରେ ବେଶ ସହାୟକ ହୋଇପାରିବ।

କଖାରୁ ଏକ ଏପରି ପରିବା ଯେଉଁଥିରେ ଆମର ଦୃଷ୍ଟି ଶକ୍ତି ଜନିତ ସମସ୍ୟାର ସମାଧାନ ମଧ୍ୟ ରହିଛି। ଏଥିରେ ପ୍ରଚୁର ଭିଟାମିନ-ଏ ରହୁଥିବାରୁ ଉଚ୍ଚିତ ମାତ୍ରାରେ କଖାରୁ ପ୍ରସ୍ତୁତ ବ୍ୟଞ୍ଜନ ଖାଇଲେ ଦୃଷ୍ଟି ଶକ୍ତି କମଜୋର ହୋଇନଥାଏ। ଏଥିରୁ ବୟସ ବୃଦ୍ଧିରେ ଖାଦ୍ୟରେ କଖାରୁ ସାମିଲ କରାଗଲେ ଦୃଷ୍ଟି ଶକ୍ତି ଜନିତ ସମସ୍ୟା ନିରାକରଣରେ ସହାୟକ ହେବ ବୋଲି କୁହାଯାଏ। ଏହି ପରିବାରେ ଭିଟା କାରୋଟିନା ମିଳୁଥିବାରୁ ଯାହା ଶରୀରକୁ ଭିଟାମିନ୍‌ ଏ ଯୋଗାଇ ଦେଇଥାଏ।ଏହି ପରିବାରେ ପ୍ରଚୁରମାତ୍ରାରେ ଫାଇବର ଥାଏ। ଏହା ଛଡା ଏଥିରେ ଫ୍ୟାଟସ୍‌ ବି ନଥାଏ। ଫାଇବର ଯୋଗୁ କ୍ଷୁଧା ନିୟନ୍ତ୍ରିତ ହେଉଥିବା ବେଳେ ଶରୀରର ଓଜନ ହ୍ରାସ ହୋଇଥାଏ। ଏଥିରେ କ୍ୟାଲୋରୀ ମାତ୍ରା କମ ରହୁଥିବାରୁ ପୃଥୁଳତା ହ୍ରାସରେ ସହାୟକ ହୋଇଥାଏ। କଖାରୁରେ ପ୍ରଚୁର ଆଇରନ ମଧ୍ୟ ଶରୀର ପାଇଥାଏ। ଏଣୁ ଖାଦ୍ୟରେ କଖାରୁ ଖାଇଲେ ଏନର୍ଜୀମାତ୍ରା ବଢିଥାଏ। ଖାଦ୍ୟରେ କଖାରୁ ଖାଇଲେ ନଖ ହଳଦିଆ ପଡିବା ଅଥବା ମୁଣ୍ଡ ବୁଲେଇବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ଡାଏଟିସିଆନମାନେ କୁହନ୍ତି।

Show More

Related Articles

Back to top button