ମନୋରଞ୍ଜନ

“ମୋତେ ବହୁତ ସୁନ୍ଦର ଲାଗନ୍ତି ମଲାଇକା”, ଇନଷ୍ଟାରେ ଇମୋସନାଲ ପୋଷ୍ଟ କଲେ ଅର୍ଜୁନ

ଏଇ ନିକଟରେ ଅର୍ଥାତ୍ ଜୁନ୍ ୨୬ରେ ବଲିଉଡ ଅଭିନେତା ଅର୍ଜୁନ କପୁର ତାଙ୍କର ଜନ୍ମଦିନ ପାଳନ କରିଥିଲେ

ଏହି ବିଶେଷ ଉତ୍ସବରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଷ୍ଟାରକାଷ୍ଟ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ଜନ୍ମଦିନରେ ସମସ୍ତଙ୍କଠାରୁ ଗୁଡ ଉଇସ ପାଇବା ପରେ ଅର୍ଜୁନ କପୁର ଭାବପ୍ରବଣ ହୋଇ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ଏଥିସହ ସେ ଏହି ମଲାଇକା ଆରୋରାଙ୍କୁ ବେଶି ତାରିଫ କରିଛନ୍ତି ।ଅର୍ଜୁନ କପୁର ତାଙ୍କ ଇନଷ୍ଟାରେ ପୋଷ୍ଟର ଭାବପ୍ରବଣ ପୋଷ୍ଟ କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ଗୋଟିଏ ବର୍ଷରେ କେତେ କଣ ପରିବର୍ତ୍ତନ ପରିବର୍ତ୍ତନ ହୋଇଯାଇଛି । ଏକ ବର୍ଷ ପୂର୍ବେ ମୁଁ ନିରାଶ, ହତାଶ କ୍ଳାନ୍ତ, ଦ୍ୱନ୍ଦ୍ୱରେ ଥିଲି । କିନ୍ତୁ ଆଜି ମୁଁ ମୋର ନୂଆ ଜୀବନ ନିଜ ଶକ୍ତି, ନିଷ୍ଠା ବଳରେ ପାଇଛି ।

ଏବେ ମୁଁ ସମସ୍ତ କଠିନ ରାସ୍ତାରେ ଯିବାକୁ ପ୍ରସ୍ତୁତ । ମୁଁ ମୋର ନିକଟତମ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି, ଯେଉଁମାନେ କେବଳ ମୋ ଉପରେ ବିଶ୍ୱାସ କରନ୍ତି ନାହିଁ ବରଂ ଜୀବନର ଏହି ପଥରେ ମୋତେ ସମର୍ଥନ କରିଥାନ୍ତି । ଖାସ୍ କରି ସେ ତାଙ୍କ ଗାର୍ଲଫ୍ରେଣ୍ଡ ମଲାଇକା ଅରୋରାଙ୍କ ବହୁତ ବହୁତ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେତେବେଳେ ଅର୍ଜୁନ ଲେଖନ୍ତି – ମଲାଇକା ଆରୋରା ମୋତେ ସୁନ୍ଦର ଦେଖାଯାନ୍ତି । ତାଙ୍କ ସୌନ୍ଦର୍ଯ୍ୟ ମୋତେ ବିମୁଗ୍ଧ କରିଛି । ଆଉ ଅର୍ଜୁନ କପୁରଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

Show More

Related Articles

Back to top button