ଓଡ଼ିଶାମୁଖ୍ୟ ଖବର

ସମ୍ ହସ୍ପିଟାଲରେ ଜନସାଧାରଣଙ୍କ ପାଇଁ କୋଭିସିଲ୍ଡ ଟିକା ଉପଲବ୍ଧ

ସ୍ୱାସ୍ଥ୍ୟ ସେବାକୁ ସବୁଠାରୁ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସେବା ଓ ସୁବିଧାକୁ ଦୃଷ୍ଟିରେ ରଖି କୋଭିସିଲ୍ଡ ଟୀକା ପ୍ରଦାନ କରାଯାଉଛି

ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ଜନସାଧାରଣ କୋ-ୱିନ ଆପର ପଞ୍ଜୀକରଣ କରି ପାରିବେ କିମ୍ବା ସିଧାସଳଖ ଆସି ସମ୍ ହସ୍ପିଟାଲରେ ନେଇ ପାରିବେ ।ସମ୍ ହସ୍ପିଟାଲରେ ଗତ ଜୁନ୍ ୧୭ ତାରିଖରୁ ଏହି କୋଭିସିଲ୍ଡ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସରକାରଙ୍କର ପକ୍ଷରୁ ଘରୋଇ ହସ୍ପିଟାଲରେ ଟୀକାକରଣ ନିମନ୍ତେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଏହି ଟୀକାକରଣ କରାଯାଉଛି ବୋଲି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି ।ପ୍ରତ୍ୟେକ ଡୋଜର ମୂଲ୍ୟ ୭୮୦ ଟଙ୍କା ଧାର୍ଯ୍ୟ କରାଯାଇଛି ଯାହାକି ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବାମୂଲ୍ୟ ଅଟେ । ଏହି ନିର୍ଦ୍ଧାରିତ ମୂଲ୍ୟରୁ କୌଣସି ଅଧିକ ଟଙ୍କା ନିଆଯାଉନାହିଁ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି ।

ଟୀକାକରଣ ନେଇ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭାରତର ଯେଉଁ କେତୋଟି କେନ୍ଦ୍ରରେ କୋଭାକ୍ସିନ ଟୀକା ଟ୍ରାଏଲ୍ କରାଯାଇଥିଲା ସେଥିମଧ୍ୟରୁ ଅନ୍ୟତମ ଥିଲା ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ।ସେହିପରି ଜାନୁୟାରୀ ୧୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶବ୍ୟାପି ଟୀକାକରଣର ଶୁଭାରମ୍ଭ ହୋଇଥିବାବେଳେ ସମ୍ ହସ୍ପିଟାଲରେ ମଧ୍ୟ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜାନୁୟାରୀରୁ ମେ ମାସ ମଧ୍ୟରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ କୋଭାକ୍ସିନ ଟୀକା ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲର ଟୀକାକରଣରୃ ନୋଡାଲ ଅଫିସର ତଥା କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡ. ଲିପିଲେଖା ପଟ୍ଟନାୟକ ।କୋଭିଡ ମହାମାରୀକୁ ପ୍ରତିହିତ କରିବା ପାଇଁ ଟୀକାକରଣ ହିଁ ଏକମାତ୍ର ଅସ୍ତ୍ର । ତେଣୁ ସମସ୍ତ ଜନସାଧାରଣ ଟୀକା ଗ୍ରହଣ କରିବା ଉଚିତ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି । ସମ୍ ହସ୍ପିଟାଲରେ ଟୀକାକରଣ ପ୍ରକ୍ରିୟାରେ ପ୍ରଫେସର ପଟ୍ଟନାୟକ, କମ୍ୟୁନିଟି ମେଡିସିନର ଆସିଷ୍ଟାଂଟ ପ୍ରଫେସର ଡ. ସୁଧାଂଶୁ ଶେଖର ଲେଙ୍କା ଏବଂ ଶିଶୁରୋଗ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡ. ବ୍ରଜକିଶୋର ବେହେରା ସାମିଲ୍‌ ଅଛନ୍ତି ।

Show More

Related Articles

Back to top button