ମନୋରଞ୍ଜନ

କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଚିକିତ୍ସା ଜାରି ରହିଛି ।ମଙ୍ଗଳବାର ତାଙ୍କୁ ଓଡ଼ିଶା ମ୍ୟୁଜିକ୍‌ ୱେଲ୍‌ଫେୟାର ଆସୋସିଏସନ୍‌ର ସଦସ୍ୟମାନେ ରକ୍ତ ଯୋଗାଇ ଦେଇଛନ୍ତି । ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

କିଛିଦିନ ହେବ ଉକ୍ତ ହସ୍ପିଟାଲ୍‌କୁ ସେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସୁଥିଲେ ବୋଲି ସମ୍ପର୍କୀୟଙ୍କ ସୂତ୍ରରୁ ଜଣାପଡ଼ିଛି । ଶକ୍ତି ମିଶ୍ର ଅସୁସ୍ଥ ହେବା ଖବର ପ୍ରଚାରିତ ହେବା ପରେ ଶୁଭେଚ୍ଛୁମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Show More

Related Articles

Back to top button