ଅପରାଧଓଡ଼ିଶାମୁଖ୍ୟ ଖବର

ଚାଷ ଜମିରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଦୁଷ୍କର୍ମ କରି ହତ୍ୟା କରିଥିବା ସନ୍ଦେହ

ବଲାଙ୍ଗୀର : ଚାଷ ଜମିରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ବଲାଙ୍ଗୀର ଜିଲ୍ଲା ଲର୍କିପାଲିରେ ଜଣେ ମହିଳାଙ୍କୁ କେହି ବିଭତ୍ସ ଭାବେ ହତ୍ୟା କରିଥିବା ଜଣା ପଡିଛି ।  ନିଜ ଘର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଚାଷ ଜମିରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହେବାସହ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ମଦ ବୋତଲ ପଡିଛି । ତେଣୁ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।  ଖବର ପାଇ ଘଟଣାସ୍ଥଳରେ ବଲାଙ୍ଗୀର ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ କାଲି ରାତି ପ୍ରାୟ ୯ଟା ସମୟରେ ମହିଳା ପାଖ ବିଲକୁ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ବହୁ ଖୋଜାଖୋଜି ପରେ ଘରଠାରୁ ୨୦୦ ମିଟର ଦୂରରେ ଥିବା ଏକ ବିଲ ମଝିରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ପାଇଥିଲେ । ତୁରନ୍ତ ପରିବାର ଲୋକେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ତେବେ ହତ୍ୟାକାରୀ କିଏ ଏବଂ ତାଙ୍କ ସହ ଆଉ କିଏ ସଂପୃକ୍ତ ଅଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

 

Show More

Related Articles

Back to top button