Breaking PLUSଦୁର୍ଘଟଣାମୁଖ୍ୟ ଖବର

ଦୀର୍ଘ ୩ ଘଣ୍ଟାର ଉଦ୍ୟମ ପରେ କୂଅ ଭିତରୁ ଉଦ୍ଧାର ହେଲା ହାତୀ ଛୁଆ

କୂଅ ଭିତରୁ ଉଦ୍ଧାର କରାଯାଇଛି ହାତୀ ଛୁଆ ।

ଦୀର୍ଘ ସମୟ ଉଦ୍ୟମ ପରେ କୂଅ ଭିତରୁ ଉଦ୍ଧାର କରାଗଲା ହାତୀ ଛୁଆ । ଯାଜପୁର ଦେହୁରିଗଡ଼ ନିକଟରେ କୂୂଅରେ ଖସିପଡ଼ିଥିଲା ହାତୀ ଛୁଆ । ସ୍ଥାନୀୟ ଲୋକେ ଏନେଇ ବନବିଭାଗ ଟିମକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବଇରୀ ଓ ଚଣ୍ଡିଖୋଲ ବନବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ । ୩ ଘଣ୍ଟାର ଉଦ୍ୟମ ପରେ ଜେସିବି ସାହାଯ୍ୟରେ କୂଅ ଭିିତରୁ ହାତୀ ଛୁଆକୁ ଉଦ୍ଧାର କରିଥିଲା ବନବିଭାଗ ଟିମ୍ ।ବନବିଭାଗ ଟିମର ଦାୟିତ୍ୱହିନତା ପାଇଁ ଏପରି ଅଘଟଣ ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Show More

Related Articles

Back to top button