Breaking PLUSଦେଶମୁଖ୍ୟ ଖବରଶିକ୍ଷା

ଦିଲ୍ଲୀରେ ନଭେମ୍ବର ୨୯ରୁ ଖୋଲିବ ସ୍କୁଲ

ଦିଲ୍ଲୀରେ ନଭେମ୍ବର ୨୯ରୁ ଖୋଲିବ ସ୍କୁଲ । ଦିଲ୍ଲୀର ପର୍ଯ୍ୟଟନ ମନ୍ତ୍ରୀ ଗୋପାଳ ରାୟ ଏନେଇ ଘୋଷଣା କରିଛନ୍ତି । ୨୯ ନବେମ୍ବରରୁ ସରକାରୀ ଅଫିସ ବି ଖୋଲିବ । ସରକାରୀ ଅଫିସକୁ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବା ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଦିଲ୍ଲୀରେ ଗତ ୩ ଦିନରେ ପ୍ରଦୂଷଣ ସ୍ତରରେ ସୁଧାର ଆସିଛି ।

ଦିଲ୍ଲୀ ଭିତରେ ଯେଉଁ ବାହାର ଗାଜି ବ୍ୟାନ ଥିଲା ୨୭ ତାରିଖରୁ ସିଏନଜି ଓ ଇଲେକ୍ଟ୍ରିକ ଗାଡିକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ବାକି ଗାଡି ଉପରେ ୩ ଡିସେମ୍ବର ଯାଏଁ ପ୍ରତିବନ୍ଧକ ରହିବ । ୨୯ ତାରିଖରୁ ଦିଲ୍ଲୀରେ ସ୍କୁଲ କଲେଜ ଖୋଲିବ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀର ପ୍ରଦୂଷଣ ସ୍ତରରେ ହ୍ରାସ ଘଟିଛି, କିନ୍ତୁ ଏଥିପାଇଁ ଶ୍ରେୟ ସରକାରଙ୍କ ଉଦ୍ୟମକୁ, ପାଣିପାଗର ପରିବର୍ତ୍ତନକୁ ଅଧିକ ଯାଉଛି । ବିଭିନ୍ନ ଋତୁରେ ପ୍ରଦୂଷଣ ସ୍ତର ଉପରେ ବୈଜ୍ଞାନିକ ଅଧ୍ୟୟନ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି । ସେହି ଆଧାରରେ ଯୋଜନା ପ୍ରସ୍ତୁତ କରାଯିବା ଉଚିତ୍ । ପ୍ରଦୂଷଣର ସ୍ତର ବଢିବା ପରେ ସରକାର ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି ବୋଲି କୋର୍ଟ କହିଛନ୍ତି ।

Show More

Related Articles

Back to top button