Breaking PLUSଓଡ଼ିଶାମୁଖ୍ୟ ଖବର

ଗତ ୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୧ କରୋନା ଆକ୍ରାନ୍ତ

ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଥିବା ବେଳେ ସୁସ୍ଥତା ହାରରେ ହ୍ରାସ ଘଟୁଛି । ପୂର୍ବରୁ ରାଜ୍ୟରୁ ପ୍ରାୟ ୫୦୦ ଉପରେ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଗତ କିଛି ଦିନ ହେବ ସୁସ୍ଥତା ସଂଖ୍ୟା ୫୦୦ ତଳେ ରହୁଛି । ଆଜି ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ପୁରା ରାଜ୍ୟରୁ ୧୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୂଯାଇ ସୁସ୍ଥ ହୋଇଥିବା ୧୫୧ ଜଣଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୨ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତା ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୭୧୫୨ ରେ ପହଞ୍ଚିଛି ।

Show More

Related Articles

Back to top button