Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶା ବନ୍ଦ ପ୍ରସଙ୍ଗରେ ଆସିଲା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ନେଇ ଆସିଲା ହାଇକୋର୍ଟଙ୍କ ରାୟ । କଂଗ୍ରେସର ବନ୍ଦ ଡାକରାକୁ ବିରୋଧ କରି ଜଣେ ବ୍ୟବସାୟୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ । କଂଗ୍ରେସର ବନ୍ଦ ଡାକରାକୁ ବେଆଇନ ଘୋଷଣା କରିବାକୁ ସେ ଆବେଦନ କରିଥିଲେ । ଏନେଇ ଆଜି ଅପରାହ୍ନ ୪ଟାରେ ହାଇକୋର୍ଟ ସେହି ଆବେଦନର ଶୁଣାଣି କରିଛନ୍ତି ।

ହାଇକୋର୍ଟଙ୍କ ରାୟ ଅନୁଯାୟୀ, କଂଗ୍ରେସ ସଂପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ କରିପାରିବେ ନାହିଁ କି ରାଜ୍ୟରେ ଅଖ ଚକ ବନ୍ଦ ହେବ ନାହିଁ । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ବନ୍ଦ ଡ଼ାକରା ସଂପୂର୍ଣ୍ଣ ରୂପେ ବେଆଇନ ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟ । ତେଣୁ କଂଗ୍ରେସ ଦଳ କେବଳ ହରତାଳ କରିପାରିବେ । କୌଣସି ସାଧାରଣ ଜନତା ଏଇଥିରେ ଯେପରି କିଛି ଅସୁବିଧାର ସମ୍ମୁଖୀନ ହେବେନାହିଁ । କୌଣସି ପ୍ରକାର ଗାଡି ମଟର, ବସ, ଟ୍ରେନ ବନ୍ଦ ହେବ ନାହିଁ । କୌଣସି ବ୍ୟକ୍ତିବିଶେଷ ଏହି ହରତାଳ ଦ୍ୱାରା ଯେପରି ପ୍ରଭାବିତ ହେବେ ନାହିଁ । ହରତାଳ ସମୟରେ କୌଣସି ଗାଡ଼ି ମଟର ଅଟକାଯାଇ ପାରିବ ନାହିଁ । ଜୋରଜବରଦସ୍ତ କୌଣସି ପ୍ରକାର ବନ୍ଦ କାର୍ଯ୍ୟ କରିବେନାହିଁ । ଏହା ସହ ଶାନ୍ତିପୂର୍ଣ୍ଣ ଭାବେ ଏହି ହରତାଳ କରିବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

Show More

Related Articles

Back to top button