Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀ ବେଳାଭୂମିରେ ଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ ପ୍ରତିବାଦରେ ରାସ୍ତା ଅବରୋଧ

ପୁରୀ ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠାଦୋକାନ ଗୁଡିକୁ ଉଚ୍ଛେଦ କରାଯାଇଛି । ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାଷ୍ଟ ଲାଇଟ୍ ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ କରାଯାଇଛି । ହେଲେ ଥଇଥାନ ନକରି ତରବରିଆଭାବେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ବିରୋଧ କରି ଉଠାଦୋକାନୀମାନେ ପୁରୀ ହୋଟେଲ ନିକଟରେ ଦୁଇଘଣ୍ଟା ଧରି ରାସ୍ତାରୋକ କରିଥିଲେ ।

ଦିଗବାରିଣୀ ଛକରୁ ହୋଟେଲ ହନ୍ସ କୋକୋ ପାମ ପର୍ଯ୍ୟନ୍ତ ବେଳାଭୂମି ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଉଠାଦୋକାନୀ ରହିଛି । ବ୍ଲୁ ଫ୍ଲାଗ ବିଚ୍ ହେବା ସହ କରୋନା ପାଇଁ ପୂର୍ବରୁ ମଧ୍ୟ ଉଠାଦୋକାନୀଙ୍କ ଜୀବିକା ଉପରେ ପ୍ରଭାବ ପକାଇଥିଲା । ବର୍ତ୍ତମାନ ପୁରୀ ସମୂଦ୍ରକୂଳକୁ ଅବରୋଧମୁକ୍ତ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏହି ଉଚ୍ଛେଦ ଆରମ୍ଭ ହୋଇଛି । ଉଠାଦୋକାନୀଙ୍କୁ ନୋଟିସ୍ କରାଯାଇ ଉଚ୍ଛେଦ କରାଯାଇଛି ।

ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ହଠାତ୍ ତରବରିଆଭାବେ ଉଠାଦୋକାନୀଙ୍କୁ ବେଳାଭୂମିରୁ ହଟାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଉଠାଦୋକାନୀ ମାନେ ଦୀର୍ଘ ସମୟ ଧରି ନୂଆ ମେରାଇନ ଡ୍ରାଇଭ ରାସ୍ତାକୁ ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୌର ଏନଫୋର୍ସମେଣ୍ଟ ଅଧିକାରୀ, ଅତିରିକ୍ତ ଏସପି, ସିଟି ଡ଼ିଏସପି ଓ ସମୂଦ୍ରକୂଳ ଥାନା ଅଧିକାରୀଙ୍କ ସହିତ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ କରାଯାଇଛି । ଅନ୍ୟପଟେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଅନ୍ୟତ୍ର ଥଇଥାନ କରାଯିବ ବୋଲି ପୌରସଂସ୍ଥା ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button