Breaking PLUSଦେଶମୁଖ୍ୟ ଖବର

ତାମିଲନାଡୁରେ ବନ୍ୟା ବିତ୍ପାତ, ୧୪ ମୃତ

ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇରେ ବିମାନ ଅବତରଣ ସ୍ଥଗିତ । ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଅପରାହ୍ନ ୧ଟା ୧୫ରୁ ୬ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦରରେ ବିମାନ ଅବତରଣକୁ ସ୍ଥଗିତ ରଖିଛି । ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ, ବିମାନ ଅବତରଣ ବନ୍ଦ ଥିଲେ ମଧ୍ୟ ଉଡ଼ାଣ ପୂର୍ବପରି ଜାରି ରହିବ । ପ୍ରବଳ ବର୍ଷା ଯୋଗୁଁ ତାମିଲନାଡ଼ୁରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।

ତାମିଲନାଡ଼ୁର ଉତ୍ତର ଚେନ୍ନାଇ, ତିରୁଭାଲୁର, ଚେଙ୍ଗେଲପେଟ୍, କାଞ୍ଚିପୁରମ୍, ରାନିପେଟ୍, ଭିଲୁପୁରମ ଏବଂ କୁଡ଼ାଲୋର ଜିଲ୍ଲା ସମେତ ତାମିଲନାଡ଼ୁର କିଛି ଅଂଶରେ ଭାରତ ପାଣିପାଗ ବିଭାଗ (ଆଇଏମଡ଼ି)ରେଡ଼ ଆଲର୍ଟ ଜାରି କରିଛି ।

ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଏହା ଦକ୍ଷିଣ ପୂର୍ବ ଚେନ୍ନାଇଠାରୁ ୧୪୦କିଲୋମିଟର ଦୂରରେ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଡ଼ିପ୍ରେସନ ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ଘଣ୍ଟା ପ୍ରତି ୪୦କିଲୋମିଟର ରହିବାର ସମ୍ଭାବନା ରହିଛି ।

ଆଜି ଚେନ୍ନାଇର ଅନେକ ରାସ୍ତା ଜଳମଗ୍ନ ରହିଛି । ବନ୍ୟାସ୍ଥିତି ମୁକାବିଲା କରିବାକୁ ରାଜ୍ୟରେ ୧୧ଟି ଏନଡ଼ିଆରଏଫ ଦଳ ଓ ୭ଟି ଏସଡ଼ିଆରଏଫ ଦଳ ମୁତୟନ କରାଯାଇଛି ।

Show More

Related Articles

Back to top button