Breaking PLUSଓଡ଼ିଶାପାଣିପାଗ

ଆସନ୍ତା ୧୩ରେ ଆଉ ଏକ ଲଗୁଚାପ

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ ଅଳ୍ପ ପରିମାଣର ବର୍ଷା ହୋଇଛି । ଆସନ୍ତା ୧୩ରେ ଆଉ ଏକ ଲଗୁଚାପ ନେଇ ଆକଳନ କରାଯାଉଛି । ୧୬ ତାରିଖ ଯାଏଁ ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭବନା ରହିଛି । ସୂଚନା ମୁତାବକ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି , କନ୍ଧମାଳ, ନୟାଗଡ,କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ରର ଗତି ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ରହିଥିବାର ଖବର ଆସିଛି । ଆସନ୍ତା ୪୮ ଘଣ୍ଟା ଭିତରେ ବର୍ଷାର ବେଗ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏନେଇ ଭୂବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button