Breaking PLUSଓଡ଼ିଶାଖେଳଦେଶଦେଶ ବିଦେଶ

ଜୁନିୟର ହକି ବିଶ୍ୱକପ: ଭାରତୀୟ ଦଳରେ ସାମିଲ ହେଲେ ୩ ଓଡ଼ିଆ

ପୁରୁଷ ଜୁନିୟର ହକି ବିଶ୍ୱକପ ମ୍ୟାଚ ପାଇଁ ଘୋଷଣା ହୋଇଛି ୧୮ ଜଣିଆ ଭାରତୀୟ ଦଳ । ଏମାନଙ୍କ ମଧ୍ୟରେ ଓଡ଼ିଶାର ୩ ଜଣ ସ୍ଥାନ ପାଇଛନ୍ତି । ବିବେକ ସାଗର ପ୍ରସାଦଙ୍କ ନେତୃତ୍ୱରେ ଏହି ୧୮ ଜଣିଆ ଟିମ୍‌ରେ ଓଡ଼ିଶାର ଅଭିଷେକ ଲାକ୍ରା, ସୁନୀଲ ଜୋଜୋ, ସୁଦୀପ ଚିର୍ମାକୋ ସ୍ଥାନ ପାଇଛନ୍ତି ।

ଏଥର ବିନା ଦର୍ଶକରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ । ନଭେମ୍ବର ୨୪ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳା ଯିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି । ଖେଳାଳିଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ହକିପ୍ରେମୀ ଟେଲିଭିଜନ ଜରିଆରେ ମ୍ୟାଚର ସିଧା ପ୍ରସାରଣ ଦେଖିପାରିବେ । ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ପୁରୁଷ ଜୁନିୟର ହକି ବିଶ୍ୱକପ ଡିସେମ୍ବର ୫ରେ ସରିବ । ଏଥର ଜୁନିୟର ହକି ବିଶ୍ୱକପରେ ମୋଟ ୧୬ଟି ଟିମ ଭାଗ ନେବେ । ଭାଗ ନେଉଥିବା ଟିମ ଗୁଡ଼ିକ ହେଲେ- ଆୟୋଜକ ଭାରତ, ଆର୍ଜେଣ୍ଟିନା, ବେଲଜିୟମ, କାନାଡା, ଚିଲି, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିଆ, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡ ଓ ଆମେରିକା ।

ପ୍ରଥମ ୫ ଦିନ ପୁଲ ଷ୍ଟେଜ ମ୍ୟାଚ ଖେଳାଯିବ । ଏହାପରେ ନଭେମ୍ବର ୩୦ରୁ ଅନ୍ୟ ମ୍ୟାଚ ହେବ । ଡିସେମ୍ବର ୧ ତାରିଖରେ କ୍ୱାର୍ଟର ଫାଇନାଲ, ଡିସେମ୍ବର ୩ରେ ସେମି ଫାଇନାଲ ଏବଂ ଡିସେମ୍ବର ୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Show More

Related Articles

Back to top button