Breaking PLUSଓଡ଼ିଶାମୁଖ୍ୟ ଖବର

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଡମ୍ପର

ଭୁବନେଶ୍ୱର/ କାମାକ୍ଷାନଗର, 18 ଫେବୃଆରୀ – ଯାତ୍ରୀବାହୀ ବସକୁ ଧକ୍କା ଦେଲା ଡମ୍ପର । କାମାକ୍ଷାନଗର -ତୁମୁସିଙ୍ଗା ଥାନା କମଗରା ବ୍ରାହ୍ମଣୀ ବ୍ରିଜ ଉପରେ ଗୋପୀନାଥ ନାମକ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଡମ୍ଫର । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ । ୨ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ବସଟି ଟାଟା ମାଇନ୍ସ ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଡମ୍ଫରର ଷ୍ଟିୟରିଙ୍ଗ ଛିଣ୍ଡିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିବା ସୂଚନା ମିଳିଛି ।

Show More

Related Articles

Back to top button