Breaking PLUSଦେଶମୁଖ୍ୟ ଖବର

ଦେହ ତ୍ୟାଗ କଲେ ଦିଗମ୍ବର ମୁନି ପରମ୍ପରାର ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ଜୀ ମହାରାଜ

ରାୟପୁର, 18 ଫେବୃଆରୀ- ଛତିଶଗଡର ଡୋଙ୍ଗରଗଢ ସ୍ଥିତ ଚନ୍ଦ୍ରଗିରି ତୀର୍ଥରେ ଶନିବାର ରାତିରେ ଦିଗମ୍ବର ମୁନି ପରମ୍ପରାର ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗରଜୀ ମହାରାଜ ନିଜର ଶରୀର ତ୍ୟାଗ କରିଛନ୍ତି ।
ସଂପୂର୍ଣ୍ଣ ଜାଗ୍ରତ ଅବସ୍ଥାରେ ଜୈନ ମୁନି ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜ, ଆଚାର୍ଯ୍ୟ ପଦବୀ ଛାଡି ରାତିରେ ସମାଧି ଗ୍ରହଣ କରିଥିଲେ। ସେ ପ୍ରାୟ 6ମାସ ଧରି ଡୋଙ୍ଗରଗଢର ଚନ୍ଦ୍ରଗିରିରେ ରହିଥିଲେ । ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ଗତ 3ଦିନରୁ ଆଚାର୍ଯ୍ୟଶ୍ରୀ ଅନ୍ନ-ଜଳ ତ୍ୟାଗ କରିଥିଲେ । ଏହାପରେ ଗତରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଚାର୍ଯ୍ୟଶ୍ରୀ ଅନ୍ତିମ ନିଶ୍ୱାସ ଯାଏ ଚୈତନ୍ୟ ଅବସ୍ଥାରେ ରହିଥିଲେ ଏବଂ ମନ୍ତ୍ରୋଚାରଣ କରି ସେ ଦେହତ୍ୟାଗ କରିଥିଲେ । ସମାଧି ନେବା ସମୟରେ ତାଙ୍କ ନିକଟରେ ପୂଜ୍ୟ ମୁନିଶ୍ରୀ ଯୋଗସାଗର ଜୀ ମହାରାମ, ଶ୍ରୀ ସମତାସାଗର ଜୀ ମହାରାଗ ଓ ଶ୍ରୀ ପ୍ରସାଦସାଗର ଜୀ ମହାରାଜ ସଂଘ ସହିତ ଉପସ୍ଥିତ ଥିଲେ ।

Show More

Related Articles

Back to top button