ଓଡ଼ିଶାଶିକ୍ଷା

ଆସନ୍ତା ୧୪ରୁ ଆରମ୍ଭ ହେବ ସ୍ଥଗିତ ଥିବା ବିଇଡି ନାମଲେଖା

ଆସନ୍ତା ୧୪ରୁ ଆରମ୍ଭ ହେବ ସ୍ଥଗିତ ଥିବା ବିଇଡି ନାମଲେଖା । ଏନସିଟିଇ ମାନ୍ୟତା ପ୍ରଦାନ କରି ନ ଥିବାରୁ ପ୍ରଥମ ପର୍ଯ୍ୟାୟର ୯୫୦ସିଟରେ ନାମଲେଖା ହେବାକୁ ଥିବାବେଳେ ଏନସିଟିଇର ଶୁଣାଣି ପରେ ସିଟ ବୃଦ୍ଧି ପାଇଲେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜ୍ୟରେ ଥିବା ୧୬ଟି ସରକାରୀ ବିଇଡି କଲେଜ ମଧ୍ୟରୁ କେବଳ ୭ଟି କଲେଜରେ ନାମଲେଖା ହେବ। ପ୍ରତ୍ୟେକଟି କଲେଜର ମାତ୍ର ୫୦ଟି ବିଇଡି ସିଟ୍‍କୁ ମିଶାଇ ମୋଟ ୩୫୦ ଏବଂ ବିଏଚ୍‍ଇଡିରେ ମାତ୍ର ୫୦ଟି ସିଟ୍‍ରେ ନାମଲେଖା ହେବ।

ସେହିପରି ସ୍ୱୟଂଶାସିତ କଲେଜରେ ଥିବା ୬ଶହ ସେଲ୍‌ଫ ଫାଇନାନ୍ସ ସିଟ୍‍କୁ ମିଶାଇ ୯୫୦ ବିଇଡି ଓ ୫୦ଟି ବିଏଚ୍‍ଇଡି ସିଟ ପୂରଣ ହେବ। ତେବେ ଏନେଇ ୨ମାସ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ନାମଲେଖା ପ୍ରକ୍ରିୟା ଆରମ୍ଭ କରି ନଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀ ଅନିଶ୍ଚିତତା ମଧ୍ୟରେ ଥିଲେ। ତେବେ ବିଭାଗ ପକ୍ଷରୁ ନଭେମ୍ୱର ୧୪ରୁ ନାମଲେଖା ହେବା ନେଇ ପିଲାଙ୍କ ନିକଟକୁ ଇନଟିମେସନ ଯାଇଛି।

Show More

Related Articles

Back to top button