ଓଡ଼ିଶାବ୍ୟକ୍ତିତ୍ୱସ୍ୱତନ୍ତ୍ର

ଡିସେମ୍ବର ୩ରେ ରାଷ୍ଟ୍ରପତି ପୁଣି ଓଡିଶା ଆସିବା ସମ୍ଭାବନା

ଡିସେମ୍ବର ୩ରେ ରାଷ୍ଟ୍ରପତି ପୁଣି ଓଡିଶା ଆସିବା ସମ୍ଭାବନା । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି ମୁଖ୍ୟଅତିଥି ଭାବେ ଯୋଗ ଦେଇପାରନ୍ତି । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଓ ପୂର୍ବତନ ଛାତ୍ରୀସଂଘର ସଦସ୍ୟାମାନେ ରାଜଭବନରେ ଭେଟି ଏ ନେଇ ଅନୁରୋଧ କରିଛନ୍ତି ।

ସାକ୍ଷାତ ସମୟରେ ରାଷ୍ଟ୍ରପତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସିବେ ବୋଲି ମୌଖିକ ଭାବେ କହିଥିବା ସୂଚନା ମିଳିଥିବାବେଳେ ରାଷ୍ଟ୍ରପତି ଭବନ ପକ୍ଷରୁ କୌଣସି ଚୂଡ଼ାନ୍ତ ସୂଚନା ଦିଆଯାଇନାହିଁ ।

ଡିସେମ୍ବର ୩ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ସେହିଦିନ ମା’ ରମାଦେବୀଙ୍କ ୧୨୩ତମ ଜନ୍ମ ଦିବସ ବି ପାଳନ କରାଯିବ । ତେଣୁ ଏହି ଅବସରରେ ରାଷ୍ଟ୍ରପତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ହୋଇଥିବାରୁ  ମୁଖ୍ୟଅତିଥି ଭାବେ ଯୋଗ ଦେବା ପାଇଁ ରମାଦେବୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀମାନେ ଓ କର୍ତ୍ତୃପକ୍ଷ ଅନୁରୋଧ କରିବା ସହିତ ଆଶା ବାନ୍ଧି ବସିଛନ୍ତି ।

Show More

Related Articles

Back to top button