Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ନିଜ ଜନ୍ମମାଟିକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଶରୀର

ବାହାର ରାଜ୍ୟ କୁ ପେଟ ପୋଷିବାକୁ ଯାଇଥିବା ଯୁବକଙ୍କ ଫେରିଲା ମୃତଶରୀର l ଜିଲ୍ଲା ପ୍ରଶାସନ, ଗ୍ରାମବାସୀ ଓ ଓଡିଶା ମୋ ପରିବାର ସହାୟତାରେ ମହାରାଷ୍ଟ୍ର ଥାନେ ରୁ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପାକିଡ଼ି ଗ୍ରାମରେ ପହଞ୍ଚିଲା ମୃତ ୨୫ ବର୍ଷୀୟ ଯୁବକ ସୁରେନ୍ଦ୍ର ବେହେରାଙ୍କ ଶ୍ରମିକ ମୃତଦେହ l ସୁରେନ୍ଦ୍ର କିଛି ମାସ ପୂର୍ବରୁ ମହାରାଷ୍ଟ୍ର ଥାନେ ଅଞ୍ଚଳ ର ଗୋଟିଏ ଘରୋଇ କମ୍ପାନୀରେ କାମକରିବାକୁ ଯାଇଥଲେ l ସେଠାରେ ସେ କାମ କରି ଭଲ ଦୁଇପଇସା ରୋଜଗାର କରି ପରିବାର ପୋଷୁଥିଲେ l ତେବେ ଗତ ୧୬ ତାରିଖ ଦିନ ସୁରେନ୍ଦ୍ର କାମ କରୁଥିବା ବେଳେ କରେଟଂ ରେ ଲାଗି ସେ ଗୁରୁତର ହୋଇଥିଲେ l ତାଙ୍କୁ ଥାନେ ଅଞ୍ଚଳର ଭେନ୍ଵଷ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ମୃତଦେହ ଗାଁକୁ ଆଣିବା ଲାଗି ପରିବାର ପାଖରେ ଆର୍ଥିକ ସାମର୍ଥ୍ୟ ନଥିଲା l ଗ୍ରାମ କମିଟିର ଓ ସରପଞ୍ଚ ଙ୍କ ଅନୁରୋଧ କ୍ରମେ ଓଡ଼ିଶା ମୋ ପରିବାର ସଂଗଠନର ସଂଯୋଜକ ସୁବାଷ ମହାରଣାଙ୍କ ନେତୃତ୍ୱରେ ସୁଦୁର ମହାରାଷ୍ଟ୍ର ଥାନେ ରୁ ଜନ୍ମ ମାଟିକୁ ସୁରେନ୍ଦ୍ରଙ୍କ ମୃତ ଶରୀରକୁ ଅଣାଯାଇଥିଲା। ଏକ ଶୋକକୁଳ ପରିବେଶ ଭିତରେ ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା ।

 

Show More

Related Articles

Back to top button