ଜୀବନଚର୍ଯ୍ୟାଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଚଳିତ ବର୍ଷର ସବୁଠୁ ବଡ଼ ସଡ଼କ ଦୁର୍ଘଟଣା, ବସ୍‌ ଓଲଟି ୨୭ ମୃତ

ବେଜିଂ: ଦକ୍ଷିଣ ପଶ୍ଚିମ ଚାଇନାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଗୋଟିଏ ବସ୍‌ ଓଲଟି ୨୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷର ଏହା ସବୁଠାରୁ ବଡ଼ ସଡ଼କ ଦୁର୍ଘଟଣା ବୋଲି ଚାଇନା ପୁଲିସ୍‌ ପକ୍ଷରୁ ସୂଚନାମିଳିଛି। ଗୁଇଝୋଉ ପ୍ରଦେଶର ଅତ୍ୟନ୍ତ ଉପାନ୍ତ ଅଞ୍ଚଳ କ୍ୟୁଏନ୍ନାନ ସ୍ଥିତି ଜାତୀୟ ରାଜପଥରେ ଆଜି ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ମୋଟ ୪୭ ଜଣ ଲୋକ ଥିଲେ। ତେବେ ରାସ୍ତାରେ ଯାଉଥିବା ବେଳେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବାକି ୨୦ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଓ ଲୋକମାନେ କୁଆଡ଼େ ଯାଉଥିଲେ, ସେ ବିଷୟରେ ପୁଲିସ୍‌ ପକ୍ଷରୁ ବିସ୍ତୃତ ସୂଚନା ମିଳିପାରିନାହିଁ। କ୍ୟୁଏନ୍ନାନ ଅଞ୍ଚଳରେ ଅନେକ ସଂଖ୍ୟାଲଘୁ ଲୋକ ରହୁନ୍ତି। ଏହା ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଚାରିପଟେ ପାହାଡ଼ ରହିଛି। ତେଣୁ ବସ୍‌ଟି ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଓଲଟି ପଡ଼ିଛି କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।

Show More

Related Articles

Back to top button