ଅପରାଧଆଇନ କାନୁନଦେଶ

ପ୍ରେମ ପାଇଁ ପ୍ରେମିକ ସହ ମିଶି ବାପାଙ୍କୁ ହତ୍ୟା କଲା ଝିଅ

ରାୟପୁର: ପ୍ରେମ ପାଇଁ ପ୍ରେମିକ ସହ ମିଶି ବାପାଙ୍କୁ ହତ୍ୟା କଲା ଝିଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଛତିଶଗଡର ଧାମତରୀ ନାଭଗାଓଁରେ । ହତ୍ୟା କରିବା ପରେ ବାପାଙ୍କର ଅପମୃତ୍ୟୁ ହୋଇଥିବାର ଥାନାରେ ଅଭିଯୋଗ କରିଥିଲେ ଝିଅ । ତେବେ ଅନ୍ତିମ ସଂସ୍କାର ପୂର୍ବରୁ ମୃତକଙ୍କ ଶରୀରରେ ଆକ୍ରମଣର ଦାଗ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ ।  ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି |

ମିଳିଥିବା ସୂଚନା ମୁତାବକ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଗ୍ରାମବାସୀଙ୍କୁ ମୃତକଙ୍କ ଝିଅ କହିଥିଲେ ଯେ ତାଙ୍କ ବାପାଙ୍କର ଅଜଣା ରୋଗ କାରଣରୁ ମୃତ୍ୟୁ ହୋଇଯାଇଛି । ଆଉ ଗ୍ରାମବାସୀ ଯେତେବେଳେ ତାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେଉଥିଲେ, ସେତେବେଳେ ମୃତକଙ୍କ ଶରୀରରେ ମାଡ ମାରିଥିବାର ଚିହ୍ନ ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ . ମୃତ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିଲା। ଆଉ ପୁଲିସ ସନ୍ଦେହ ଆଧାରରେ ମୃତକଙ୍କ ଝିଅକୁ ଡାକି ପଚରାଉଚୁରା କରିଥିଲା । ଶେଷରେ ଝିଅ ଜଣକ ହତ୍ୟା କରିଥିବାର ସ୍ୱୀକାର କରିଥିଲେ ।

ପୁଲିସର ସୂଚନା ମୁତାବକ ଅଭିଯୁକ୍ତ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ ଏବଂ ପାଖ ଗ୍ରାମର ୩୫ ବର୍ଷୀୟ ରୋଶନ ଯାଦବଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ତେବେ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ତାଙ୍କ ବାପା ଏଥିରେ ରାଜି ନଥିଲେ ଓ ବାରମ୍ବାର ଏପରି ନ କରିବାକୁ ମନା କରିଥିଲେ । ତେବେ ସମ୍ପର୍କରେ କଣ୍ଟା ସାଜିଥିବା ନିଜ ବାପାଙ୍କୁ ରାସ୍ତାରୁ ହଟାଇବାକୁ ଉଭୟ ପ୍ରେମୀଯୁଗଳ ଯୋଜନା କରିଥିଲେ ଓ ଏପରି ଅମାନୁଷିକ କାଣ୍ଡ ଘଟାଇଛିଲେ ।

Show More

Related Articles

Back to top button