ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

୯୭୮ ଗ୍ରାମର ବ୍ରାଉନ ସୁଗାର ଜବତ,୪ଗିରଫ

ଜବତ ହେଲା ୯୭୮ ଗ୍ରାମର ବ୍ରାଉନ ସୁଗାର । ପୁରୀ ଭୂବନେଶ୍ଵର ୩୧୬ ନମ୍ଵର ଜାତୀୟ ରାଜପଥ ଉତ୍ତରା ଛକ ସ୍ଥିତ ରାମ ମନ୍ଦିର କେନାଲ ରୋଡରେ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ମିଳିତ ଭାବରେ ଚଢାଉ କରି ବ୍ରାଉନସୁଗାର ଜବତ କରିଛି। ଯାହାର ମୂଲ୍ୟ କୋଟିଏ ଟଙ୍କା ହୋଇଥିବା କୁହାଯାଉଛି । ଏଥିସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ୍ ଏବଂ ଏହି ଘଟଣାରେ ଜଣେ ନାବାଳକ ମଧ୍ୟ ଧରାପଡିଛି ।

ଉତ୍ତରା ଛକ ସ୍ଥିତ ରାମ ମନ୍ଦିର କେନାଲ ରୋଡରେ ବ୍ରାଉନସୁଗାର ବେପାର ପାଇଁ ମୁଲଚାଲ ଚାଲିଥିଲା ସମୟରେ କୌଣସିସୁତ୍ରରୁ ଖବର ପାଇ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ମିଳିତ ଭାବରେ ଚଢାଉ କରି ୪ ଜଣକୁ ଗିରଫ କରିଥିଲା । ସେମାନଙ୍କ ଠାରୁ ଏକ କୋଟି ଟଙ୍କାର ୯୭୮ ଗ୍ରାମର ବ୍ରାଉନ ସୁଗାର, ନଗଦ ୩ ହଜାର ୫ଶହ ଟଙ୍କା ସହିତ ଗୋଟିଏ ପ୍ଲେଜର ସ୍କୁଟି ଗୋଟିଏ ମେ।ଟର ସାଇକେଲ ଜବତ କରିଛି ପୋଲିସ ।

ପୋଲିସର ସୂଚନା ଅନୁଯାୟୀ, ଅ।ଗାମୀ ଘୋଷ ଯାତ୍ରା ସମୟରେ ଏହି କାରବାର ବୁଦ୍ଧି ପାଇବା ଅ।ଶା ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

 

Show More

Related Articles

Back to top button