ଓଡ଼ିଶା

ଓଡିଆ ଚଳଚ୍ଚିତ୍ର ‘ଦମନ’ ପ୍ରଦର୍ଶନକୁ ସଂପୂର୍ଣ୍ଣ ଟିକସ ମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଓଡିଆ ଚଳଚ୍ଚିତ୍ର ‘ଦମନ’ ପ୍ରଦର୍ଶନକୁ ସଂପୂର୍ଣ୍ଣ ଟିକସ ମୁକ୍ତ କଲେ ମୁଖ୍ୟମନ୍ତ୍ରୀ । ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ ଘୋଷଣା କରିଛନ୍ତି ।

ଏ ଚଳଚ୍ଚିତ୍ରର ମୁଖ୍ୟ ବିଷୟ ବସ୍ତୁ ହେଉଛି, ବାସ୍ତବ ଜୀବନରେ ମାଲାକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ନୂଆ ଉଦାହରଣ ସୃଷ୍ଟି କରିବା । ତେବେ ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜଭୁତ୍‌ କରିବା ଦିଗରେ ଏହା ନିଶ୍ଚୟ ପ୍ରଭାବିତ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି ଯେ, କୋଭିଡ୍‌ ମହାମାରୀ ସମୟରେ ଯେଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ , ସେଭଳି କାମ କଲେ ଆମେ ଏକ ସୁସ୍ଥ ଓ ସଚେତନ ସମାଜର ବିକାଶ କରିପାରିବା ।

Show More

Related Articles

Back to top button