ଓଡ଼ିଶା

ଡିସେମ୍ବରରେ ପୁଣି ଓଡିଶା ଆସିପାରନ୍ତି ରାଷ୍ଟ୍ରପତି

ଡିସେମ୍ବରରେ ପୁଣି ଓଡିଶା ଆସିପାରନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ନିକଟତମ ମହଲରୁ ସୂଚନା ମିଳିଛି ଯେ,ଡିସେମ୍ବର ୧୫ ତାରିଖରେ ନିଜ ଗାଁ ପାହାଡପୁରକୁ ଆସିପାରନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । କିନ୍ତୁ ଏଯାବତ୍ ରାଷ୍ଟ୍ରପତିଙ୍କ ଆଗମନ ନେଇ ରାଷ୍ଟ୍ରପତି ଭବନରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ ।

ସୂଚନା ଥାଉ, ଗତମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ।ଭାରତର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତଥିଲା। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ଭୁବନେଶ୍ବରରେ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ତାଙ୍କୁ ସମ୍ମାନିତ କରାଯାଇଥିଲା।

 

Show More

Related Articles

Back to top button