ଓଡ଼ିଶା

ରିଲିଜର ପ୍ରଥମ ଦିନରେ ପାଇରେସିର ଶିକାର ହେଲା ‘ଦୃଶ୍ୟମ-୨’

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ନିର୍ଦ୍ଦେଶକ ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦୃଶ୍ୟମ-୨’ ।ରିଲିଜର ପ୍ରଥମ ଦିନରେ ଏହି ଫିଲ୍ମଟି ପାଇରେସିର ଶିକାର ହୋଇଛି । ସୁପରଷ୍ଟାର ଅଜୟ ଦେବଗନ୍ ଏବଂ ତବୁଙ୍କ ଭଳି ଷ୍ଟାର ଥିବା ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଫିଲ୍ମଟି ଲିକ ହୋଇ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଜୟ ଦେବଗନଙ୍କ ଫିଲ୍ମ ତାମିଲ ରକର୍ସ ପରି ଅନେକ ୱେବସାଇଟରେ ଅନଲାଇନରେ ଲିକ୍ ହୋଇଛି। ଆଜି ମୁକ୍ତିଲାଭ କରିଥିବା ‘ଦୃଶ୍ୟମ-୨’ ଚଳଚ୍ଚିତ୍ରକୁ ଅନେକ ଲୋକ ପସନ୍ଦ କରିଥିବାବେଳେ ଲିକ ହୋଇଥିବା ଯୋଗୁଁ ଏହି ଫିଲ୍ମକୁ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି।

ବଲିଉଡ ଲାଇଫ୍ ଅନୁଯାୟୀ, ତାମିଲ ରକର୍ସ, ଟେଲିଗ୍ରାମ, ଫ୍ଲିମି ଜିଲ୍ଲା ଏବଂ ମୁଭିରୁଲସ୍ ଭଳି ଅବରୋଧିତ ୱେବସାଇଟରେ ଫୁଲ୍ ଏଚଡ଼ି ଭଳି ଅନଲାଇନରେ ଲିକ୍ ହୋଇଛି। ଏଭଳି ପରିସ୍ଥିତିରେ ଏହି ଅନଲାଇନ୍ ଲିକ୍ ହେତୁ ‘ଦୃଶ୍ୟମ-୨’ ‘ନିର୍ମାତାଙ୍କର ଚିନ୍ତା ବଢିଛି । କାରଣ ଏହିପରି ଭାବରେ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ କମିଯିବ ।

ଅନ୍ୟ ପଟେ,  ଫିଲ୍ମର ପ୍ରକୃତ ମଜା ଉପଭୋଗ କରିବାକୁ ଚାହୁଁଥିଲେ,ପ୍ରେକ୍ଷାଳୟକୁ ଯାଆନ୍ତୁ ଏବଂ ‘ଦୃଶ୍ୟମ-୨’ ପରି ସସପେନ୍ସ ଥ୍ରୀଲର ଉପଭୋଗ କରନ୍ତୁ । ଯେଉଁମାନେ ଅନଲାଇନ୍ ଲିକ୍ ମାଧ୍ୟମରେ ‘ଦୃଶ୍ୟମ-୨’ ଦେଖୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

 

Show More

Related Articles

Back to top button