Breaking PLUSଦୁର୍ଘଟଣାମୁଖ୍ୟ ଖବର

ମହାନଦୀରେ ବୁଡିଯାଇଥିବା ତିନି ସାଙ୍ଗଙ୍କ ମୃତ ଦେହ ଉଦ୍ଧାର

ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ସିଦ୍ଧିକ ଖାନଙ୍କ ମୃତଦେହ ମିଳିଛି ।

କଟକ ଯୋବ୍ରା ନିକଟରେ ୩ ଜଣ ଯୁବକ ମହାନଦୀରେ ଭାସିଯିବା ଘଟଣାରେ ମଙ୍ଗଳବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ସିଦ୍ଧିକ ଖାନଙ୍କ ମୃତଦେହ ମିଳିଛି । ସୋମବାର ଦିନ ଆୟୁର ଖାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସୂଚନା ଅନୁସାରେ,ରବିବାର ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ୩ ଜଣ ସାଙ୍ଗ ମହାନଦୀକୁ ଗାଧେଇବା ପାଇଁ ଯାଇ ଦୁର୍ଭାଗ୍ୟବଶତଃ ଭାସିଯାଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକ ସାହିଲଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସାହିଲଙ୍କ ମୃତ୍ୟୁ ହୋଇଥିଲା।

Show More

Related Articles

Back to top button