ଓଡ଼ିଶାପାଣିପାଗ

ତାତିରେ ସିଝୁଛି ଅଧା ଓଡିଶା,୪୦ ଡିଗ୍ରୀ ଉପରେ ୧୨ ସହର

ବାରିପଦାରେ ୪୨.୬ ଡିଗ୍ରୀ ରେକର୍ଡ

ତାତିରେ ସିଝୁଛି ଅଧା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିବାବେଳେ ପଶ୍ଚିମ ଓଡ଼ିଶାର ୫ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି ।

ସେହିପରି ରାଜ୍ୟର ସର୍ବାଧିକ ତାପମାତ୍ରା ବାରିପଦାରେ ୪୨.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବଲାଙ୍ଗିରରେ ଦିନର ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ରହିଛି । ଝାରସୁଗୁଡ଼ାରେ ୪୨.୪, ସୋନପୁରରେ ୪୨.୧, ବୌଦ୍ଧରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଦିନକୁଦିନ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପାମତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ତାପମାତ୍ରା ଆହୁରି ବଢିବାର ଆଶଙ୍କା ରହିଛି । ଆସନ୍ତା ଦୁଇଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି । ତେଣୁ ଅତିଆବଶ୍ୟକ ନଥିଲେ ଦିନ ୧୨ଟାରୁ ୩ ମଧ୍ୟରେ ଘରୁ ନବାହାରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ୧୪ ଓ ୧୫ ତାରିଖରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Show More

Related Articles

Back to top button