Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କବାଦୀ ସଫା

ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ପୁଲୱାମା: ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଜମ୍ମୁକଶ୍ମୀରର ପୁଲୱାମା ଜିଲ୍ଲାର ଲୈରୋ-ପରିଗାମ ଅଞ୍ଚଳରେ ସୋମବାର ସକାଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 2ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଠାରେ ଆହୁରି ଆତଙ୍କବାଦୀ ଲୁଚିରହିଥିବାର ଆଶଙ୍କା କରାଯାଉଛି, ତେଣୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।
ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚିରହିଥିବା ନେଇ ରବିବାର ରାତିରେ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ଏହାପରେ ସେନା, ପୋଲିସ ଓ ସିଆରପିଏଫ ଯବାନମାନେ ରାତିରୁ ହିଁ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ସୁରକ୍ଷାବଳ ବିଳମ୍ବିତ ରାତିରେ ଆତଙ୍କବାଦୀଙ୍କ ନିକଟରେ ପହଞ୍ଚିଥିଲେ । ତେବେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

Show More

Related Articles

Back to top button