Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଶ୍ରାବଣ ସୋମବାର ପାଇଁ ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ

ଜଳଲାଗି କରୁଛନ୍ତି କାଉଡିଆ

() ଉଜ୍ଜୟନୀ: ବିଶ୍ୱପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳ ମନ୍ଦିରରେ ଶ୍ରାବଣ ସୋମବାର ପାଇଁ ଲାଗିଛି ଗହଳି । ଭକ୍ତି ଓ ବିଶ୍ୱାସର ମହାମିଳନ ଏଠାରେ ଦେଖିବାକୁ ମିଳିଛି । ରାତି ସାଢେ 2ଟା ମନ୍ଦିରର ଦ୍ୱାର ଖୋଲାଯାଇଥିବା ବେଳେ ମନ୍ଦିର ପରିସର ହର୍ ହର୍ ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏହାପରଠାରୁ ମହାଦେବଙ୍କ ଦର୍ଶନ ଆରମ୍ଭ ହୋଇଛି । ସନ୍ଧ୍ୟା ସମୟରେ ଭଗବାନ ମହାକାଳଙ୍କ ସବାରୀ ବେଶ୍ ଧୁମଧାମରେ ବାହାରିବ । ଏହି ସମୟରେ ମହାକାଳ ଅଭତିକାନାଥ ସାତ ସ୍ୱରୂପରେ ଦର୍ଶନ ଦେବେ ।
ଚଳିତ ବର୍ଷ ଶ୍ରାବଣ ମାସର ସପ୍ତମ ସୋମବାରରେ ନାଗ ପଞ୍ଚମୀର ଯୋଗ ପଡିଛି । ମହାକାଳେଶ୍ୱର ମନ୍ଦିରର ତୃତୀୟ ତଳରେ ଥିବା ନାଗଚନ୍ଦ୍ରଶେଖର ମନ୍ଦିରର କବାଟ ବର୍ଷକୁ ଥରେ ନାଗପଞ୍ଚମୀ ଦିନ 24ଘଣ୍ଟା ଖୋଲାରୁହେ । ଏହି ମନ୍ଦିରର ପହଡ ରବିବାର ରାତି 12.01ରୁ ଖୋଲାଯାଇଥିବା ବେଳେ ଭଗବାନ ଚନ୍ଦ୍ରଶେଖରଙ୍କର ବିଧିବିଧାନ ସହ ପୂଜାର୍ଚ୍ଚନା କରାଯାଇଛି । ଏହାପରେ ଭକ୍ତମାନେ ମହାଦେବଙ୍କ ଦର୍ଶନ କରିଛନ୍ତି ଏହି ଦର୍ଶନ ବିଳମ୍ବିତ ରାତି ଯାଏ ଚାଲିବ । ନାଗଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ରାତି 9ଟାରୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିଲା ।
ମହାକାଳେଶ୍ୱର ମନ୍ଦିରର ପହଡ 2ଟା 30ରୁ ଖୋଲିଥିଲା । ମନ୍ଦିରର ମହେଶ ପୂଜାରୀଙ୍କ ଅନୁସାରେ, ସକାଳେ ଭସ୍ମ ଆରତୀରୁ ମହାକାଳଙ୍କ ପ୍ରଥମ ପୂଜା ଆରମ୍ଭ ହୋଇଥିଲା । ଗର୍ଭଗୃହରେ ସ୍ଥାପିତ ମହାକାଳଙ୍କ ପ୍ରତିମାରେ ଜଳାଭିଷେକ କରାଯାଇଛି । କ୍ଷୀର, ଦହି, ଘିଅ, ଚିନି, ମହୁରେ ପଞ୍ଚାମୃତ କରାଯାଇ ମହାକାଳଙ୍କର ପୂଜା କରାଯାଇଛି । ହରି ଓମ୍ ଜଳ ଲାଗି କରାଯିବା ପରେ କର୍ପୁର ଆଳତୀ କରାଯାଇଛି । ପରେ ପରେ ଭାଙ୍ଗ, ଚନ୍ଦନ, ଅବିର ସହିତ ମହାକାଳଙ୍କ ମସ୍ତକରେ ଚନ୍ଦ୍ର ଓ ଆଭୂଷଣ ଅର୍ପିତ କରାଯାଇ ରାଜା ସ୍ୱରୂପ ଶୃଙ୍ଗାର କରାଯାଇଛି । ଏହାପରେ ଜ୍ୟୋତିର୍ଲିଙ୍ଗଙ୍କୁ କପଡାରେ ଆଚ୍ଛାଦିତ କରାଯାଇ ଭସ୍ମ ଆରତୀ କରାଯାଇଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଭସ୍ମ ଆରତୀରେ ସାମିଲ ହୋଇଥିଲେ ।

Show More

Related Articles

Back to top button