Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ନେପାଳ ସୁନା ତସ୍କରୀ ଘଟଣା, 2 ଚୀନି ନାଗରିକଙ୍କ ଠାରୁ ଭାରତୀୟ ଆଧାର ଜବତ

ଏକ କ୍ୱିଣ୍ଟାଲ ସୁନା ଚୋରା ଚାଲାଣ ଘଟଣାରେ 12 ଗିରଫ

କାଠମାଣ୍ଡୁ: ନେପାଳରେ ସୁନା ଚୋରାଚାଲାଣ ଘଟଣା । ଏକ କ୍ୱିଣ୍ଟାଲ ସୁନା ଚୋରାଚାଲାଣ ଘଟଣାରେ ନେପା ପୋଲିସ 12 ଚୀନି ନାଗରିକଙ୍କୁ ଗିରଫ କରିଥିବା ବେଳେ ଦୁଇଜଣଙ୍କ ନିକଟରୁ ଭାରତର ଆଧାର କାର୍ଡ ମିଳିଛି । ଏହାପୂର୍ବରୁ ଆଉଜଣେ ଚୀନି ନାଗରିକ ଠାରୁ ଭାରତର ଆଧାର କାର୍ଡ ଜବତ ହୋଇଥିଲା ।
ସିବିଆଇ ଏହି ଘଟଣାର ତଦନ୍ତ କରୁଥିବା ବେଳେ ନେପାଳ ପୋଲିସ ମୁଖ୍ୟପାତ୍ର କୁବେର କଡାୟତ କହିଛନ୍ତ ଯେ, ଏହି ସୁନା ଚୋରାଚାଲାଣ ରାକେଟରେ ତିନି ଦେଶର ସମ୍ପୃକ୍ତ ରହିଛି । 3 ଦେଶରେ ତସ୍କରୀମାନଙ୍କର ନେଟୱର୍କ ରହିଛି । ଗୁରୁବାର ଦିନ ଏକ ଆପାର୍ଟମେଣ୍ଟରୁ ଧରାପଡିଥିବା ଚୀନି ନାଗରିକଙ୍କ ଠାରୁ ଭାରତର ଆଧାର କାର୍ଡ ଜବତ ହୋଇଛି । ସେହିପରି ଜଣଙ୍କ ଠାରୁ ନେପାଳ ନାଗରିକତାର ପ୍ରମାଣପତ୍ର ମିଳିଛି ।
କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସକୁ ଏନେଇ ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button