Breaking PLUSଦେଶମୁଖ୍ୟ ଖବର

ତେଜସ୍ୱୀ ଯାଦବଙ୍କ ଏସକର୍ଟ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ପୂର୍ଣ୍ଣିୟା, 27 ଫେବୃଆରୀ – ତେଜସ୍ୱୀ ଯାଦବଙ୍କ ଜନ ବିଶ୍ୱାସ ଯାତ୍ରା ସମୟରେ ପୂର୍ଣ୍ଣିୟା କଟିହାର ମାର୍ଗରେ ତାଙ୍କ ଏସକର୍ଟ ଗାଡିର ଭୟଙ୍କର ଦୁର୍ଘଟଣା ହୋଇଛି । ରାତି ପ୍ରାୟ 11.30ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ 6ଜଣ ଲୋକ ଆହତ ହୋଇଛନ୍ତି । ପୂର୍ଣ୍ଣିୟାର ଜିଏମସିଏଚରେ ତାଙ୍କ ଚିକିତ୍ସା ଚାଲିଛି । ଘଟଣା ପରେ ସମସ୍ତ ଆହତଙ୍କୁ ଜିଏମସିଏଚ ଅଣାଯାଇଛି ।
ତେଜସ୍ୱୀ ଯାଦବଙ୍କ ଏସକର୍ଟ ଗାଡି ଓଲଟା ଦିଗରୁ ଆସୁଥିବା ବେଳେ ଏକ କାର ସହ ଧକ୍କା ହୋଇଥିଲା । ଧକ୍କା ପରେ କାରଟି ଉଡିଯାଇଥିଲା । ଏସକର୍ଟ କାର୍ଯ୍ୟରେ ଲାଗିଥିବା ଜିପରେ ଡ୍ରାଇଭରଙ୍କ ସମେତ 7ଜଣ ପୋଲିସ ଆହତ ହୋଇଛନ୍ତି । ମୃତକ ହେଲେ ମଧୁବନି ଟିଓପି ଥାନା ଅନ୍ତର୍ଗତ ସିପାହୀ ଟୋଲାର ବାସିନ୍ଦା । ତାଙ୍କ ନାମ ମହମ୍ମଦ ହଲିମ ଅଟେ ।

Show More

Related Articles

Back to top button