Breaking PLUSଦେଶମୁଖ୍ୟ ଖବର

ବିଶ୍ୱର ଅନେକ ଦେଶରେ ସଂଘର୍ଷ ଓ ଯୁଦ୍ଧକୁ ନେଇ ମିଳିତ ଜାତିସଂଘର ଚିନ୍ତାପ୍ରକଟ

ଜେନିଭା, 27 ଫେବୃଆରୀ- ଗାଜା, ୟୁକ୍ରେନ, କାଙ୍ଗୋ, ମିଆଁମାର ଓ ସୁଡାନ ସମେତ ବିଶ୍ୱର ଅନେକ ସ୍ଥାନରେ ଜାରି ରହିଥିବା ସଂଘର୍ଷ, ଯୁଦ୍ଧ ଓ ହିଂସାକୁ ନେଇ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଚିନ୍ତା ପ୍ରକଟ କରିଛନ୍ତି । ଗୁଟେରସ କହିଛନ୍ତି ଯେ, ଏହି ଯୁଦ୍ଧ-ହିଂସାରେ ଅନେକ ଦେଶ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଛନ୍ତି । ଏଥିପାଇଁ ବିଶ୍ୱ ସୁରକ୍ଷାର ସ୍ଥିତି ଦିନକୁ ଦିନ କମଜୋର ହେଉଛି ।
ଏଭଳି ପରିସ୍ଥିତିରେ ମିଳିତ ଜାତିସଂଘର ମହାସଚିବ ପୂରା ବିଶ୍ୱରେ ମାନବାଧିକାର ଓ ଶାନ୍ତିର ସ୍ଥିତିକୁ ସମ୍ମାନ କରିବାର ଆବଶ୍ୟକତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଗୁଟେରସ ମିଳିତ ଜାତିସଂଘର ମାନବାଧିକାର ପରିଷଦର ଉଦଘାଟନୀ ଅଧିବେଶନରେ ଏହା କହିଛନ୍ତି । ଗୁଟେରସ ଗାଜା ଓ ୟୁକ୍ରେନକୁ ନେଇ ସୁରକ୍ଷା ପରିଷଦରେ ସହମତି ପ୍ରକାଶ ପାଉନଥିବାରୁ ଏହାକୁ ଚିନ୍ତାଜନକ ବୋଲି କହିଛନ୍ତି ।
ଗୁଟେରସ କହିଛନ୍ତି ଉଭୟ ସ୍ଥିତି ବିସ୍ଫୋରକ ହୋଇଛି କିନ୍ତୁ ସୁରକ୍ଷା ପରିଷଦ, ସେଠାରେ କିଛି କରିବାକୁ ସକ୍ଷମ ହେଉନାହିଁ । ସେଠାରେ ଥିବା ସଦସ୍ୟ ଦେଶର ସ୍ୱାର୍ଥର ଦ୍ୱନ୍ଦ୍ୱ ସ୍ଥଳ ସ୍ଥିତିକୁ ଆହୁରି ଖରାପ କରିବାରେ ଲାଗିଛି। ବିଭିନ୍ନ ପ୍ରସଙ୍ଗରେ ବିବାଦ ଅନିଶ୍ଚିତତା ବୃଦ୍ଧି କରୁଛି। ଏହି ପରିସ୍ଥିତିରେ ମାନବିକ ଅଧିକାରର ଉଲ୍ଲଂଘନ କରାଯାଉଛି ଯାହା ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଛି। ଏହି କାରଣରୁ, ଦୁନିଆର ଗରିବ ଦେଶଗୁଡିକର ସମସ୍ୟା ବଢିବାରେ ଲାଗିଛି ଏବଂ ପରିବେଶର ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ପ୍ରଭାବିତ ହେଉଛି।

Show More

Related Articles

Back to top button