Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ ଏୟାରପୋର୍ଟରେ ବୋମା ଆତଙ୍କ, ତଲାସୀ ପରେ ମିଳିଲାନି କିଛି

ନୂଆଦିଲ୍ଲୀ, 27 ଫେବୃଆରୀ -ଦିଲ୍ଲୀରୁ କୋଲକାତା ଉଡାଣ ଭରିବାକୁ ଥିବା ବିମାନରେ ବୋମା ହେବା ନେଇ ମଙ୍ଗଳବାର ଫୋନ୍ କଲ୍ ପରେ ଆତଙ୍କ ଖେଳିଯାଇଥିଲା । ପ୍ରୋଟୋକଲ ଆଧାରରେ ସବୁ ପ୍ରକାର ସାବଧାନତା ସତ୍ତ୍ୱେ ବିମାନର ଯାଂଚ କରାଯାଇଥିଲା । ତଲାସୀ ସମୟରେ କିଛି ବି ସନ୍ଦେହଜନକ ସାମଗ୍ରୀ ବିଳିନଥିଲା । ତେବେ ଫୋନ କରିଥିବା ବ୍ୟକ୍ତିକୁ ଖୋଜୁଛି ପୋଲିସ ।
ଡିସିପି ଉଷା ରଙ୍ଗରାନୀ କହିଛନ୍ତି ଯେ, ସକାଳ 5.15 ମିନିଟ ସମୟରେ ଦିଲ୍ଲୀରୁ କୋଲକାତା ଉଡାଣ ଭରିବାକୁ ଯାଉଥିବା ବିମାନରେ ବୋମା ଥିବା ସୂଚନା ମିଳିଥିଲା । ମାମଲାକୁ ଗମ୍ଭୀରତା ସହ ନେଇ ଏହାର ତଦନ୍ତ କରାଯାଇଛି । ଘଣ୍ଟା ଘଣ୍ଟା ତଲାସୀ ପରେ ଫୋନ୍ କଲ୍ ମିଛ ବୋଲି ଜଣାପଡିଥିଲା । ତେବେ ପୋଲିସ ଫୋନ କରିଥିବା ଅଭିଯୁକ୍ତକୁ ଖୋଜୁଛି ।

Show More

Related Articles

Back to top button