ଦେଶ ବିଦେଶ

ଦୁବାଇ ଏୟାର ସୋ ରେ ଗର୍ଜିଲା ‘ତେଜସ୍’

ପାକିସ୍ତାନ ସହ ଚୀନ୍ ବି ଛାନିଆ

ଦୁବାଇ ବିମାନ ମେଳାରେ ଭାରତର ହାଲୁକା ଯୁଦ୍ଧ ବିମାନ (ଏଲସିଏ) ତେଜସ୍‌ ଅଂଶଗ୍ରହଣ କରିଛି। କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ତେଜସ୍‌ର କଳାବାଜୀ ଏଠାକୁ ଆସିଥିବା ଏହି ଶ୍ରେଣୀୟ ଯୁଦ୍ଧବିମାନଙ୍କ ଠାରୁ ବେଶ୍ ଉଚ୍ଚକୋଟିର ରହିଛି। ବିମାନର ଗର୍ଜନ ଏବେ ଚୀନ୍‌ ଓ ପାକିସ୍ତାନର ମୁହଁ ବନ୍ଦ କରିଦେଇଛି। ଦୁବାଇ ଏୟାର ସୋକୁ ନେଇ ପାକିସ୍ତାନୀ ସୋସିଆଲ ମିଡିଆ ଏବେ ବେଶ୍‌ ମୁଖର ହୋଇଉଠିଛି। ଲୋକେ ତେଜସ୍‌କୁ ସିଙ୍ଗଡା ସହ ତୁଳନା କରୁଥିବା ବେଳେ ଏଥିଲାଗି କେଚପ୍‌ ଚଳିବ କି ଲଙ୍କା ଚଟଣୀ ଦରକାର ବୋଲି ପଚାରୁଛନ୍ତି। ଦୁବାଇ ଏୟାର ସୋରେ ଭାରତର ପ୍ରଥମ ଥର ଏଲସିଏ ତେଜସ୍‌କୁ ଉପସ୍ଥାପନ କରିଛି। ଏହି ବର୍ଗମାଳାର ଯୁଦ୍ଧବିମାନରେ ତେଜସ୍‌ର ଏହା ଭାରତ ବାହାରେ ଚତୁର୍ଥ ଉଡାଣ ଥିଲା। ଏହା ପୂର୍ବରୁ ତେଜସ୍‌ ଶ୍ରୀଲଙ୍କା ଏୟାର ସୋ, ୨୦୧୬ ବାହାରିନ ଇଣ୍ଟରନ୍ୟାସନାଲ ଏୟାର ସୋ ଓ ପୂର୍ବରୁ ମାଲେସିଆ ଲଙ୍ଗକାୱି ଇଣ୍ଟରନ୍ୟାସନାଲ ମେରିଟାଇମ ଏରୋ ଏକ୍ସପୋରେ ଅଂଶଗ୍ରହଣ କରିଥିଲା।

ଦିନରେ ଉଡୁଥିବା ବାଦୁଡି ଭଳି ବିମାନ ଭୟାନକ ଦେଖାଯାଉଥିବା ଲୋକେ ସୋସିଆଲ ମିଡିଆରେ ଉଲ୍ଲେଖ କରୁଛନ୍ତି। ଏଥିରେ ଭାରତୀୟ ବାୟୁସେନାଙ୍କ ଟ୍ୱିଟ୍‌ ବାସ୍ତବିକ ଉଲ୍ଲେଖଯୋଗ୍ୟ। ବାୟୁସେନା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ‘ଏଠାରେ ଏବେ ଶୀତଋତୁ ତେବେ ଆମେ ସାମାନ୍ୟ ଉତ୍ତାପ ବଢ଼ାଇ ଦେଇଛୁ ’ ବୋଲି ଉଲ୍ଲେଖ କରିଛନ୍ତି। ୧୪ ନଭେମ୍ବର ରବିବାର ଏହି ଏୟାର ସୋ ଉଦଘାଟିତ ହୋଇଥିଲା। ଦୁବାଇ କ୍ରାଉନପ୍ରିନ୍ସ ଶେଖ ହମଦାନ ବିନ ମହମ୍ମଦ ବିନ୍ ରସିଦ୍ ଅଲ-ମକତୁମ ସୋକୁ ଉଦଘାଟନ କରିଥିଲେ। ଉତ୍ସବରେ ଭାରତୀୟ ବାୟୁସେନାର ସାରଙ୍ଗ ହେଲିକପ୍ଟର ସ୍କ୍ୱାଡ୍ରନ ସାଙ୍ଗକୁ ସୂର୍ଯ୍ୟକିରଣ ଏରୋବେଟିକ୍ସ ସେମାନଙ୍କ କଳାବାଜୀ ପ୍ରଦର୍ଶନ କରିଥିଲେ। ଏଥିରେ ତେଜସ୍‌ ମଧ୍ୟ ତାର ପରାକ୍ରମ ଦେଖାଇଛି। ନଭେମ୍ବର ୧୮ରେ ଏୟାର ସୋ ଉଦଯାପିତ ହେବ। ଏଥି ୧୬୦ପ୍ରକାରର ବିମାନ ପ୍ରଦର୍ଶନୀରେ ରଖା ଯାଇଛି।

Show More

Related Articles

Back to top button