ବଲିଉଡମନୋରଞ୍ଜନସେଲିବ୍ରିଟି

ଫେବୃଆରୀ ୪ରେ ପ୍ରେକ୍ଷାଳୟକୁ ଆସିବ ଫିଲ୍ମ ‘ବଧାଇ ଦୋ’

ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଭୁମି ପେଡନେକର । ବଲିଉଡ ଫିଲ୍ମ ‘ବଧାଇ ଦୋ’ ଜରିଆରେ ଦୁହେଁ ଏକାଠି ନଜର ଆସିବେ । ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଫେବୃଆରୀ ୪, ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ‘ବଧାଇ ଦୋ’ ହେଉଛି ଜାତୀୟ ପୁରସ୍କାର ପ୍ରାପ୍ତ କମେଡି ଡ୍ରାମା ମୁଭି ‘ବଧାଇ ହୋ’ ର ସିକ୍ୱେଲ ।

ଭୁମି ପେଡନେକର ଏବଂ ରାଜକୁମାର ରାଓ ଜାନୁୟାରୀ ୨୦୨୧ ରେ ‘ବଧାଇ ଦୋ’ ପାଇଁ ସୁଟିଂ ଆରମ୍ଭ କରିଥିଲେ । ବର୍ତ୍ତମାନ ସେମାନଙ୍କର ଚଳଚ୍ଚିତ୍ର ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବାର କାର୍ଯ୍ୟକ୍ରମ ରହିଛି । ସୋସିଆଲ ମିଡିଆରେ ରିଲିଜ୍ ତାରିଖ ଘୋଷଣା କରି ଭୁମି ପେଡନେକର ଲେଖିଛନ୍ତି ଯେ ‘ବଧାଇ ଦୋ’ ବର୍ତ୍ତମାନ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Show More

Related Articles

Back to top button