Breaking PLUSଦେଶମୁଖ୍ୟ ଖବରରାଜନୀତି

ଟିକସଦାତାଙ୍କୁ ନାହିଁ ଆଶ୍ୱସ୍ତି, 3ଲକ୍ଷ ଟଙ୍କା ଯାଏ ଆୟ ରହିବ ଟ୍ୟାକ୍ସ ଫ୍ରି

ନୂଆଦିଲ୍ଲୀ,1 ଫେବୃଆରୀ – କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକସଭାରେ ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରିଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ଅନ୍ତରିଣ ବଜେଟରେ ସାଧାରଣ ଆୟକର ଦାତାଙ୍କୁ ଇନକମ୍ ଟ୍ୟାକ୍ସରେ କୌଣସି ଆଶ୍ୱସ୍ତି ମିଳିନାହିଁ ।
ଟିକସଦାତାଙ୍କୁ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ଚୟନ ଉପରେ 2.5 ଲକ୍ଷ ଟଙ୍କା ଯାଏ ଇନକମ୍ ଟ୍ୟାକ୍ସ ଫ୍ରି ମିଳିବି । ଇନକମ୍ ଟ୍ୟାକ୍ସ ଆକ୍ଟ ସେକ୍ସନ 87-ଏ ଆଧାରରେ 5ଲକ୍ଷ ଟଙ୍କା ଯାଏ ଆୟ ଉପରେ ଆପଣ ଟ୍ୟାକ୍ସ ବଞ୍ଚାଇପାରିବେ । ନୂଆ ଟ୍ୟାକ୍ସ ବ୍ୟବସ୍ଥା ଚୟନ ଉପରେ ପ୍ରଥମ ପରି 3ଲକ୍ଷ ଟଙ୍କା ଯାଏ କୌଣସି ଆୟକର ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏଥିରେ ମଧ୍ୟ ଇନକମ୍ ଟ୍ୟାକ୍ସ ଆକ୍ଟର ସେକ୍ସନ 87-ଏ ଆଧାରରେ ଚାକିରି କରୁଥିବା ଲୋକଙ୍କ 7.5 ଲକ୍ଷ ଟଙ୍କା ଯାଏ ଆୟ ଉପରେ ଏବଂ ଅନ୍ୟ ଲୋକ 7ଲକ୍ଷ ଯାଏ ଆୟ ଉପରେ ଟ୍ୟାକ୍ସ ଛାଡ ପାଇପାରିବେ । ସଂସଦରେ ଅନ୍ତରିଣ ବଜେଟ ଉପସ୍ଥାପନ ସମୟରେ ସୀତାରମଣ କହିଥିଲେ ଯେ, ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟରେ ଆମ ସରକାର ବିକଶିତ ଭାରତ ଲକ୍ଷ୍ୟର ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବ ।

Show More

Related Articles

Back to top button