Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ ଏୟାରପୋର୍ଟରେ ଘନ କୁହୁଡି କାରଣରୁ ଉଡାଣ ପ୍ରଭାବିତ

ନୂଆଦିଲ୍ଲୀ, 31 ଜାନୁଆରୀ- ରାଜଧାନୀ ଦିଲ୍ଲୀରେ ଘନ କୁହୁଡି ଏବଂ କମ୍ ଦୃଶ୍ୟମାନ କାରଣରୁ ଫ୍ଲାଇଟ ଓ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଦିଲ୍ଲୀ ଏୟାରପୋର୍ଟରେ ଖବର ପାଗ କାରଣରୁ ବୁଧବାର ସକାଳେ ତିନୋଟି ଉଡାଣର ମାର୍ଗ ପରିବର୍ତ୍ତନ କରାଯାଇଛି । ସେହିପରି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅନେକ ବିମାନ ବିଳମ୍ବ ହୋଇଛି ।
ବିଳମ୍ବିତ ରାତିରୁ ସକାଳ 7ଟା ମଧ୍ୟରେ 5ଟି ଫ୍ଲାଇଟର ମାର୍ଗ ପରିବର୍ତ୍ତନ କରାଯାଇ ଏହାକୁ ବିଭିନ୍ନ ଗନ୍ତବ୍ୟକୁ ପଠାଯାଇଛି । ଏଥିରେ ତିନୋଟିକୁ ରାଜସ୍ଥାନର ଜୟପୁର ଓ ଗୋଟିଏ ଗୋଟିଏକୁ ଅହମଦାବାଦ ଓ ମୁମ୍ବାଇ ପଠାଯାଇଛି । ଜିରୋ ଭିଜିବିଲିଟି କାରଣରୁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅନେକ ବିମାନ ବିଳମ୍ବ ହୋଇଛି ।

Show More

Related Articles

Back to top button