Breaking PLUSଦେଶମୁଖ୍ୟ ଖବରରାଜନୀତି

ରାମମନ୍ଦିର ନିର୍ମାଣ ପାଇଁ ଯୁଗ ଯୁଗର ପୁରୁଣା ଆକାଂକ୍ଷା ଏବେ ସତ ହୋଇସାରିଛି- ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ, 31 ଜାନୁଆରୀ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନୂଆ ସଂସଦ ଭବନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଯୁଗ ଯୁଗର ପୁରୁଣା ଆକାଂକ୍ଷା ଏବେ ସତ ହୋଇଛି । ସେ କହିଛନ୍ତି ଯେ, କୌଣସି ରାଷ୍ଟ୍ର ଦ୍ରୁତଗତିରେ ସେତେବେଳେ ଆଗକୁ ବଢିବ, ଯେତେବେଳେ ପୁରୁଣା ଚ୍ୟାଲେଞ୍ଜକୁ ପରାସ୍ତ କରି ନିଜର ଅଧିକରୁ ଅଧିକ ଶକ୍ତି ଭବିଷ୍ୟ ନିର୍ମାଣରେ ଲଗାଇବ ।
ବଜେଟ୍ ଅଧିବେଶନ ପୂର୍ବରୁ ଉଭୟ ଗୃହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ, ନୂଆ ସଂସଦ ଭବନର ନିର୍ମାଣ ଅମୃତ କାଳର ଆରମ୍ଭ ସମୟରେ କରାଯାଇଛି ଏବଂ ଏଥିରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ସାର ରହିଛି । ନୂଆ ସଂସଦ ଭବନରେ ନୀତିଗୁଡିକ ଉପରେ ସାର୍ଥକ ସମ୍ବାଦର ଆଶା ବ୍ୟକ୍ତ କରି ରାଷ୍ଟ୍ରପତି କହିଛନ୍ତି ଯେ, ‘ମୋର ସରକାର, 140 କୋଟି ଦେଶବାସୀଙ୍କ ସ୍ୱପ୍ନକୁ ପୂରଣ କରିବାର ଗ୍ୟାରେଣ୍ଟି ସହ ଆଗକୁ ବଢୁଛି । ମୋର ପୂରା ବିଶ୍ୱାସ ରହିଛି ଯେ, ଏହି ନୂଆ ସଂସଦ ଭବନ ଭାରତର ଧ୍ୟେୟ-ଯାତ୍ରାକୁ ନିରନ୍ତର ଉର୍ଜା ପ୍ରଦାନ କରିବ, ନୂଆ ଓ ସୁସ୍ଥ ପରାମ୍ପରା ବନାଇବ । 2047 ବର୍ଷକୁ ଦେଖିବା ପାଇଁ ତାଙ୍କ ଅନେକ ସାଥୀ ଏହି ସଦନରେ ନଥିବେ । କିନ୍ତୁ ଆମର ଐତିହ୍ୟ ଏଭଳି ହେବ ଆବଶ୍ୟକ ଯେ, ସେତେବେଳେର ପିଢି ଆମକୁ ମନେ ପକାଇବ ।

Show More

Related Articles

Back to top button