Breaking PLUSଦେଶମୁଖ୍ୟ ଖବର

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ମାର୍ଚ୍ଚ 1 ଯାଏ ବୃଦ୍ଧି

ନୂଆଦିଲ୍ଲୀ, 31 ଜାନୁଆରୀ -ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ 6ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ଅବଧିକୁ ମାର୍ଚ୍ଚ 1 ଯାଏ ବୃଦ୍ଧି କରିଛନ୍ତି ପଟିଆଲା ହାଉସ କୋର୍ଟର ଆଡିସନାଲ ସେସନ୍ସ ଜଜ ହରଦୀପ କୌର ।ଜାନୁୟାରୀ 27ରେ ଏମାନଙ୍କୁ ପ୍ରୋଡକ୍ସନ ୱାରେଣ୍ଟରେ ପଠାଇଥିଲେ କୋର୍ଟ ।
ପ୍ରୋଡକ୍ସନ ୱାରେଣ୍ଟ ପରେ ତିହାର ଜେଲ ପ୍ରଶାସନ ସମସ୍ତ 6ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଇଥିଲେ । ଜାନୁୟାରୀ 27ରେ ଏହି ସମସ୍ତ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ଶେଷ ହେଉଥିଲା, କିନ୍ତୁ ପୋଲିସ ବଳର ଅନୁପଲବ୍ଧତା କାରଣରୁ କୋର୍ଟରେ ହାଜର କରାଯାଇପାରିନଥିଲା । ଏହାପରେ କୋର୍ଟ ସେମାନଙ୍କ ବିରୁଦ୍ଧରେ ପ୍ରୋଡକ୍ସନ ୱାରେଣ୍ଟ ଜାରି କରିଥିଲେ ।

Show More

Related Articles

Back to top button