Breaking PLUSଦେଶମୁଖ୍ୟ ଖବରରାଜନୀତି

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଣଗାନ ଥିଲା ରାଷ୍ଟ୍ରପତିଙ୍କ ଅଭିଭାଷଣ- ଖଡଗେ

ନୂଆଦିଲ୍ଲୀ, 31 ଜାନୁଆରୀ – କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ କଡଗେ କହିଛନ୍ତି ଯେ, ବୁଧବାର ରାଷ୍ଟ୍ରପତିଙ୍କ ଭାଷଣ କେବଳ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାରଙ୍କ ପ୍ରଶଂସା ଉପରେ ଥିଲା । ସେ ରୋଜଗାର, ଦଳିତ, ବଂଚିତ ଓ ଆଦିବାସୀଙ୍କ ହିତ ସମ୍ପର୍କରେ କୌଣସି କଥା କହିଲେ ନାହିଁ ।
ଖଡଗେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଭାଷଣରେ ରୋଜଗାର ପ୍ରସଙ୍ଗ ଉପରେ କିଛି କୁହାଯାଇନାହିଁ । ସେ କେବଳ ମୋଦି ସରକାରଙ୍କ ପ୍ରଶଂସା କରିଛନ୍ତି । ଏହ ଏକ ପ୍ରୋପାଗଣ୍ଡା ଥିଲା ।
ଖଡଗେ କହିଛନ୍ତି ଯେ, ପିଏମ ମୋଦି ସଂସଦ ବାହାରେ ଆଜି ଭାଷଣ ଦେଇଥିଲେ । ଏହି ସମୟରେ ଥରେ ବି ହେଲେ ରୋଜଗାର କଥା ଉଠାଇନଥିଲେ । ରାଷ୍ଟ୍ରପତି ନିଜର ଏକ ଘଣ୍ଟା 20 ମିନିଟ ଭାଷଣରେ ବି ରୋଜଗାର କଥା ଉଠାଇଲେନାହିଁ । ଯେଉଁପଦ ଖାଲି ଅଛି, ସେଥିରେ କେବେ ନିଯୁକ୍ତି ଦିଆଯିବ, ସରକାର ଏହା କହିବା ଉଚିତ । ଏଠାରେ ସୂଚନାଯୋଗ୍ୟ, ଆଜି ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ ।

Show More

Related Articles

Back to top button