Breaking PLUSଦେଶମୁଖ୍ୟ ଖବର

40ହଜାର ସାଧାରଣ ରେଳ ବଗିକୁ ବନ୍ଦେ ଭାରତ ମାନକରେ କରାଯିବ ପରିବର୍ତ୍ତନ- ସୀତାରମଣ

ନୂଆଦିଲ୍ଲୀ,1 ଫେବୃଆରୀ – କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ତିନି ପ୍ରମୁଖ ଆର୍ଥିକ ରେଳ ଗଲିୟାରା କାର୍ଯ୍ୟକ୍ରମ ଲାଗୁ କରିବା ଏବଂ 40ହଜାର ସାଧାରଣ ରେଳ ବଗିକୁ ବନ୍ଦେ ଭାରତ ମାନକରେ ପରିବର୍ତ୍ତନ କରାଯିବା ନେଇ ଘୋଷଣା କରିଛନ୍ତି ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରିଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ଅବସରରେ ସେ ଭାରତୀୟ ରେଳ କ୍ଷେତ୍ର ପାଇଁ ବଡ ଘୋଷଣା କରି କହିଛନ୍ତି ଯେ, ତିନି ପ୍ରମୁଖ ଆର୍ଥିକ ରେଳ ଗଲିୟାରା କାର୍ଯ୍ୟକ୍ରମ ଲାଗୁ କରାଯିବ । ଏଥିରେ ପ୍ରଥମେ- ଶକ୍ତି, ଖଣିଜ ଓ ସିମେଣ୍ଟ କରିଡର, ଦ୍ୱିତୀୟରେ- ବନ୍ଦର ଯୋଗାଯୋଗ କରିଡର ଏବଂ ତୃତୀୟରେ ହାଇ ଟ୍ରାଫିକ ଡେନସିଟି କରିଡର ସାମିଲ ରହିଛି ।
ସେ କହିଛନ୍ତି ଯେ, ମଡେଲ କନକ୍ଟିଭିଟି ସକ୍ଷମ କରିବା ପାଇଁ ପ୍ରକଳ୍ପ ଚିହ୍ନଟ ପିଏମ ଗତିଶକ୍ତି ଆଧାରରେ କରାଯିବ । ଯାହାକି ଲଜିଷ୍ଟିକ୍ ଦକ୍ଷତାକୁ ଉନ୍ନତ କରିବେ ଏବଂ ଖର୍ଚ୍ଚ ହ୍ରାସ କରିବ । ସୀତାରମଣ କହିଛନ୍ତି ଯେ, ଏହି ତିନି ଆର୍ଥିକ ରେଲ ଗଲିୟାରା କାର୍ଯ୍ୟକ୍ରମରୁ ଜିଡିପି ବୃଦ୍ଧି ହେବ ଓ ଖର୍ଚ୍ଚ କମିବ ।
ଏହାସହିତ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ ଆରାମ ବୃଦ୍ଧି ପାଇଁ 40ହଜାର ସାଧାରଣ ରେଳବଗିକୁ ବନ୍ଦେ ଭାରତ ମାନକରେ ପରିବର୍ତ୍ତନ କରାଯିବ ।

Show More

Related Articles

Back to top button