Breaking PLUSଦେଶମୁଖ୍ୟ ଖବର

ଝାରଖଣ୍ଡ ହାଇକୋର୍ଟରେ ଫେବୃୟାରୀ 2ରେ ହେମନ୍ତ ସୋରେନଙ୍କ ମାମଲାର ଶୁଣାଣି

ରାଞ୍ଚି,1 ଫେବୃଆରୀ – ଝାରଖଣ୍ଡ ହାଇକୋର୍ଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପକ୍ଷରୁ ଇଡି ବିରୁଦ୍ଧରେ କ୍ରିମିନାଲ ରିଟ୍ ପିଟିସନ ଉପରେ ଗୁରୁବାର ଶୁଣାଣି ହୋଇଛି । ହେମନ୍ତ ସୋରେନଙ୍କ ପକ୍ଷରୁ ଇଡିର ପଚରାଉଚରା ଏବଂ ଗିରଫଦାରିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ହେମନ୍ତ ସୋରେନଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଞ୍ଜନ ଏବଂ ସଚିନ କୁମାର ହସ୍ତକ୍ଷେପ ପିଟିସନ ଦାୟର କରିବା ଏବଂ ଏହି ମାମଲାକୁ ଦ୍ୱିପ୍ରହର 12ଟା ବେଳେ ରଖିବାକୁ ଅନୁରୋଧ କରିଥିଲେ, ଯାହାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ମାମଲାର ଜରୁରୀ ଦୃଶ୍ୟମାନ ହେଉନଥିବା କୋର୍ଟ କହିଥିଲେ । ଏଥିପାଇଁ ଏହି ମାମଲାର ଶୁଣାଣି ଶୁକ୍ରବାର ହେବ ।

Show More

Related Articles

Back to top button