Breaking PLUSଓଡ଼ିଶାମୁଖ୍ୟ ଖବର

ବ୍ରିଜ୍ ତଳକୁ ଖସିଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ

ଢେଙ୍କାନାଳ: ବ୍ରିଜ୍ ତଳକୁ ଖସିଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର ଗାଁ ନିକଟରେ ଏଭଳି ଘଟଣା ଘଟିଛି । କୌଣସି କାରଣ ବଶତଃ ବାଲି ବୋଝେଇ ଟ୍ରକଟି ବ୍ରିଜ ତଳକୁ ଖସିପଡିଛି। ମୃତକ ଜଣକ ଶୁଭକାନ୍ତ ବେହେରା । ଏବଂ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡିଛି । ଶୁଭକାନ୍ତ ଆଜି ଗାଧୋଇବା ପାଇଁ ନାଳକୁ ଆସିଥିବାବେଳେ ଟ୍ରକଟି ତାଙ୍କ ଉପରେ ଚଢିଯାଇ ନାଳ ତଳକୁ ଖସିପଡିଥିଲା। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button