Breaking PLUSଓଡ଼ିଶାମୁଖ୍ୟ ଖବର

ମାଆ ତାରାତାରିଣୀଙ୍କ ଦର୍ଶନ କଲେ ବିଜେଡି ସୁପ୍ରିମୋ

ଗଞ୍ଜାମ: ମା ତାରାତାରିଣୀଙ୍କ ପୀଠରେ ପହଞ୍ଚିବା ପରେ ମାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସକାଳ ୧୦ଟା ୨୦ମିନିଟରେ ନବୀନ ଭୁବନେଶ୍ୱର ଏୟାରପୋର୍ଟରୁ ହିଞ୍ଜିଳି ଅଭିମୁଖେ ଯାତ୍ରା କରିଥିଲେ। ୧୧ଟା ୧୫ରେ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ ନବୀନ। ଏହାପରେ ସେଠାରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଛନ୍ତି ନବୀନ। ହିଞ୍ଜିଳି ପାଇଁ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ। ହିଞ୍ଜିଳିରୁ ଷଷ୍ଠ ଥର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌‌ ଉପସ୍ଥିତ ରହିଛନ୍ତି। ଛତ୍ରପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ବେଳେ ନବୀନଙ୍କୁ ରାସ୍ତା କଡରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button