ଦେଶ ବିଦେଶବାଣିଜ୍ୟ

ଜମାଟୋକୁ ଟକ୍କର ଦେବ ସ୍ୱିଗୀ

ସେୟାର ବଜାରରେ ପ୍ରବେଶ କରି ଆଣିବ ଆଇପିଓ

ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋ ପରେ ଏବେ ସେୟାରରେ ପ୍ରବେଶ କରିବ ସ୍ୱିଗୀ । ମାର୍କେଟ୍‌ରେ ଏହାର ସେୟାର ଉପଲବ୍ଧ ହେବ । ଜମାଟୋର ପ୍ରତିଦ୍ୱନ୍ଦୀ କମ୍ପାନୀ ଭାବେ ଏହା ଆଇପିଓ ଆଣିବାକୁ ଯୋଜନା କରୁଛି । ଏକ ଗଣମାଧ୍ୟମ ସଂସ୍ଥାର ସୂଚନା ଅନୁସାରେ ସ୍ୱିଗୀ ଆସନ୍ତା ବର୍ଷ ଆରମ୍ଭରେ ୮୦ କୋଟି ଡଲାର୍‌ର ଆଇପିଓ ଆଣିବା ନେଇ ପ୍ରସ୍ତୁତ ହେଉଛି । ଜମାଟୋ ସହିତ କଡ଼ା ପ୍ରତିଦ୍ୱନ୍ଦିତା ମଧ୍ୟରେ ବଜାରରୁ ଟଙ୍କା ଉଠାଇବା ପାଇଁ ସ୍ୱିଗୀ ସେୟାର ମାର୍କେଟରେ ପ୍ରବେଶ କରିବ । ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀର ଯୋଜନା ଅନୁସାରେ ଏହା କେବଳ ଏକ ଫୁଡ୍‌ ଡେଲିଭରି ଫାର୍ମ ଭାବେ ମାର୍କେଟ୍‌କୁ ଉହ୍ଲାଇବ ତା ନୁହେଁ ଏଥିସହିତ ଏହା ଏକ ଲଜିଷ୍ଟିକ୍‌ କମ୍ପାନୀ ରୁପେ ସ୍ଥାପିତ ହେବ ।

ଇନୱେସ୍କୋ ନେତୃତ୍ୱରେ ଏକ ପାଣ୍ଠି ରାଉଣ୍ଡରେ ୭ ଶହ ମିଲିୟନ୍ ଡଲାର୍ ସଂଗ୍ରହ କରିଥିଲା ସ୍ୱିଗୀ । ଫଳରେ ଏହା ଡେକାକର୍ଣ୍ଣ (ନୂଆ କମ୍ପାନୀ ଯାହାର ମୋଟ ସମ୍ପତ୍ତି ୧୦ ବିଲିୟନ୍‌ ଡଲାରରୁ ଅଧିକ ) ଆଡ଼କୁ ମୁହାଁଇଥିଲା । ଫଣ୍ଡିଂ ରାଉଣ୍ଡ ପରେ ଏହାର ଷ୍ଟାର୍ଟଅପ୍ ମୂଲ୍ୟ ୧୦.୭ ବିଲିୟନ ଡଲାରରୁ ଅଧିକ ହୋଇଯାଇଥିଲା । କୌତୁହଳର ବିଷୟ ହେଉଛି, କମ୍ପାନୀର ମୂଲ୍ୟ ବର୍ତ୍ତମାନ ଏହାର ପ୍ରତିଦ୍ୱନ୍ଦ୍ୱୀ ଜୋମାଟୋ ତୁଳନାରେ ଅଧିକ । ଡେକାକର୍ଣ୍ଣଗୁଡିକ ୧୦ ବିଲିୟନ ଡଲାର କିମ୍ବା ତା’ଠାରୁ ଅଧିକ ମୂଲ୍ୟ ବିଶିଷ୍ଟ ସଂସ୍ଥା ।

Show More

Related Articles

Back to top button